oum

କୋଭିଡ ନିୟମ ଉଲଂଘନ ଅଭିଯୋଗରେ ୧୧ଟି ଦୋକାନ ସିଲ୍‌ କଲା ଜିଲ୍ଲା ପ୍ରଶାସନ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ଷୀପ୍ର ବେଗରେ ବ୍ୟାପୁଛି କରୋନା । ସଂକ୍ରମିତଙ୍କ ସଂଖ୍ୟା ବି ବଢ଼ି ବଢ଼ି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ଯୋଗୁଁ ଏବେ ରେଡ୍‌ ଜୋନ୍‌ରେ ଅଛି ବଲାଙ୍ଗିର । ଏଇଥି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କୋଭିଡ୍‌ କଟକଣାକୁ କଡ଼ାକଡ଼ି କରାଯାଇଛି । କିନ୍ତୁ ତଥାପି ଚେତା ପଶୁନି ଅମାନିଆଁଙ୍କ ଭିତରେ । ଆଜି ବଲାଙ୍ଗିର ତହସିଲ୍‌ଦାର୍‌ ମଘବାନ ବାଗଙ୍କ ନେତୃତ୍ୱରେ ପୋଲିସ ଏବଂ ପ୍ରଶାସନର ମିଳିତ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାସ୍କ ପରିଧାନ କରି ନଥିବା ଲୋକଙ୍କୁ ଫାଇନ୍‌ ପକାଇଥିବା ଜଣାପଡ଼ିଛି । ସାମାଜିକ ଦୂରତା ରକ୍ଷା କରୁ ନଥିବା ଅଭିଯୋଗରେ ୧୧ଟି ଦୋକାନକୁ ସିଲ୍‌ କରିବା ସହ ଜୋରିମାନା ମଧ୍ୟ ଆଦାୟ କରାଯାଇଛି । ତହସିଲଦାର ଶ୍ରୀ ବାଗ କହିଛନ୍ତି ଯେ, କୋଭିଡ କବଳରୁ ରକ୍ଷା ପାଇବା ପାଇଁ କୋଭିଡ ଗାଇଡ଼ ଲାଇନ ସମସ୍ତେ ପାଳନ କରନ୍ତୁ । ସାମାଜିକ ଦୂରତା ରକ୍ଷା କରନ୍ତୁ, ମାସ୍କ ପରିଧାନ କରନ୍ତୁ, ସାନିଟାଇଜର୍‌ ବ୍ୟବହାର କରନ୍ତୁ ।

Leave A Reply

Your email address will not be published.