ls

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

sb

କଟକ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡ଼ମପଡ଼ା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଡ଼ମପଡ଼ା ଅଫିସ ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ପ୍ରଭାତ କୁମାରଙ୍କ ଡ଼ମପଡ଼ା ସ୍ଥିତ ଅଫିସ, ବାରଙ୍ଗ କୁହ୍ଲେଇପଦା ସ୍ଥିତ ତିନି ମହଲା ବିଶିଷ୍ଟ ଘର, କେନ୍ଦ୍ରାପଡ଼ା ରାଜକନିକା ତନେଇପଦା ସ୍ଥିତ ସମ୍ପର୍କୀୟଙ୍କ ଘର, ଚୌଦ୍ଵାର ହାଉସିଂବୋର୍ଡ ସ୍ଥିତ ଭାଇଙ୍କ ଘରେ ରେଡ୍ ହୋଇଛି । କଟକ ଭିଜିଲାନ୍ସର ସ୍ଵତନ୍ତ୍ର ଜଜଙ୍କ ୱାରେଣ୍ଟ ବଳରେ ଚଢାଉ କରାଯାଉଛି । ଏହି ଚଢାଉରେ ୪ ଜଣ ଡିଏସ୍ପି, ୧୦ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

pc pk
Leave A Reply

Your email address will not be published.