ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଜିଆର୍‌ଏସ୍

ବାଲେଶ୍ୱର : ଏମିତି ଏକ ଘଟଣା ଘଟିଛି ରେମୁଣା ବ୍ଲକ ଅନ୍ତର୍ଗତ ଦୁର୍ଗାଦେବୀ ପଞ୍ଚାୟତରରେ । ଭିଜିଲାନ୍ସ ବିଭାଗର ଅଧିକାରୀଙ୍କ ଜାଲରେ ଛନ୍ଦି ହୋଇପଡିଛନ୍ତି ଜିଆର୍‌ଏସ୍‌ । ବିଜୁ ପକ୍କା ଘର କରାଇ ଦେବା ପାଇଁ ଜଣେ ହିତାଧୀକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଅଭିଯୁକ୍ତ ନିର୍ବାହି ଅଧିକାରୀଙ୍କ ନାମ ହେଉଛି ହେମନ୍ତ କୁମାର ପଢ଼ିଆରୀ । ସୂଚନା ଅନୁସାରେ, ଜିଆର୍‌ଏସ୍‌ ଶ୍ରୀ ପଢ଼ିଆରୀ ମୟୂରଭଂଜ ଜିଲ୍ଲା ବଡସାହୀ ଥାନା ଅନ୍ତର୍ଗତ ନୂଆହାଟ ଗାଁର ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀଙ୍କ ପିତାଙ୍କ ନାଁରେ ବିଜୁ ପକ୍କା ଘର ଯୋଜନାରେ ଏକ ଘର କରାଇଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଘଟଣା ସଂପର୍କରେ ପୂର୍ଣ୍ଣଚନ୍ଦ୍ର ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ । ଆଜି ଯୋଜନା ମୂଳକ ଭାବେ ପୂର୍ଣ୍ଣଚନ୍ଦ୍ର ୧୦ ହଜାର ଟଙ୍କା ଲାଞ୍ଚ ଦେବାର ଅଳ୍ପ ସମୟ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇ ଶ୍ରୀ ପଢ଼ିଆରୀଙ୍କ ଠାରୁ ରଙ୍ଗବୋଳା ଟଙ୍କା ଜବତ କରାଯାଇଥିଲା । ଭିଜିଲାନ୍ସ ବିଭାଗ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରିରଖିଛି ।

Leave A Reply

Your email address will not be published.