କୋକଡୁଙ୍ଗୁରିଠାରେ ଷଷ୍ଠତମ ମକର ଉତ୍ସବ ଅନୁଷ୍ଠିତ

  • ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନ ଆଣିବା ପାଇଁ ପ୍ରୟାସ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚଉଷଠି ଯୋଗିନୀ ସାହିତ୍ୟ କଳା ପରିଷଦ ଆନୁକୂଲ୍ୟରେ ମୁରିବାହଲ ବ୍ଲକ ଡଙ୍ଗରପଡା ଗ୍ରାମ ପଞ୍ଚାୟତ କୋକଡୁଙ୍ଗରିଠାରେ ପଞ୍ଚସଖା ସତସଙ୍ଘ କମିଟିର ସହଯୋଗରେ ଷଷ୍ଠତମ ମକର ଉତ୍ସବ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଡଙ୍ଗରପଡା ଗାଁରେ ଥିବା ସମଲେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା କରାଯିବା ପରେ ସେଠାରୁ ବିରାଟ ଶୋଭାଯାତ୍ରାରେ ମଶାଲ ଆଣି କାର୍ଯ୍ୟକ୍ରମ ସ୍ଥଳରେ ସ୍ଥାପନ କରିଥିଲେ । ଚଉଷଠି ଯୋଗିନୀ ସାହିତ୍ୟ କଳା ପରିଷଦ ସଭାପତି ଡ଼ଃ ନାରାୟଣ ମିଶ୍ର ଓ ପଞ୍ଚସଖା ସତସଙ୍ଗ କମିଟିର ସଭାପତି ବଳିଆର ସିଂ ମାଝିଙ୍କ ନେତୃତ୍ୱରେ ଏହି ମକର ମେଳା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ମକର ମେଳାରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ହଂସରାଜ ଜୈନ, ମୁଖ୍ୟବକ୍ତା ଭାବେ କୁଟୁମଡୋଳା ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ବିନୟ କୁମାର ଦାସ, ସମ୍ମାନୀତ ଅତିଥି ଭାବେ ମୁରିବାହାଲ ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବଙ୍ଗୋମୁଣ୍ଡା ବ୍ଲକ ପୂର୍ବତନ ଉପାଦକ୍ଷ ମାମରାଜ ଜୈନ, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, କବି ରାମରତନ ମେହେର ଉପସ୍ଥିତ ରହିଥିବା ବେଳେ ବିଶିଷ୍ଠ ମାଏନତା କୁନୁଆଁ ଭାବେ ସମାଜସେବୀ ଯୁଧିଷ୍ଠିର ଭରାସଗରିଆ, ଅଲଣ୍ଡା ପଞ୍ଚାୟତର ସମାଜସେବୀ ଯୁବରାଜ ବାଗ, ଟିଟିଲାଗଡ଼ ବ୍ୟଙ୍ଗ କବି ଟିକେଲାଲ ବେହେରା, ଟିଟିଲାଗଡ ବାଳ ସଂସ୍ଥା ପ୍ରମୁଖ ପଦ୍ମନୀ ବେହେରା, ବଙ୍ଗୋମୁଣ୍ଡା ଯାଦବ ସମାଜ ସଭାନେତ୍ରୀ ଦେବକୀ ହଂସ, ବଲାଙ୍ଗିର ଜିଲ୍ଲା ଆଦିବାସୀ କନ୍ଧ ସମାଜ ସଭାନେତ୍ରୀ କିରଣ ଭୋଇ, ଦିଲିପ ପୃଷ୍ଟି ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି ମତ ଦେଇଥିଲେ । ଆଗାମୀ ଦିନରେ ଅନୁଷ୍ଠାନର ଏକ କାର୍ଯ୍ୟାଳୟ କରିବା ପାଇଁ ମୁଖ୍ୟ ଅତିଥିଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ଡ଼ଃ ନାରାୟଣ ମିଶ୍ର ଓ ବଳିଆର ସିଂ ମାଝୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ସୁରେଶ ଭୋଇ ଓ କୋକଡୁଙ୍ଗରୀ ସାଧାରଣ ସମ୍ପାଦକ ତେଜୁରାମ ବାଗ ମଞ୍ଚ ପରିଚାଲନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେବରାଜ ଲୁହା ସହଯୋଗ କରିଥିବା ବେଳେ ରଶ୍ମିରଞ୍ଜନ ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ ପ୍ରତିନିଧିଙ୍କୁ ସମ୍ମାନୀତ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଦଣ୍ଡ ନୃତ୍ୟ, ବାହାକ, ବଜାଶାଲ, ଢାବ ଘୁଡକା, ସଂକୀର୍ତ୍ତନ, ଘୁମୁରା ତଥା ବହୁଭାଷୀ କବିତା ପାଠ ହୋଇଥିଲା । ଅଂଚଳର କଳାକାରମାନଙ୍କ କଳା ପଦର୍ଶନ କରିବା ପରେ ସମସ୍ତ କଳାକାରମାନଙ୍କୁ ମାନପତ୍ର ଅତିଥିମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଚଉଷଠି ଯୋଗିନୀ ସାହିତ୍ୟ କଳା ପରିଷଦ କମିଟିର କୋଷାଧ୍ୟକ ଆନନ୍ଦ ଅଗ୍ରୱାଲ, ପ୍ରଚାର ପ୍ରସାର ସମ୍ପାଦକ ହୁଲେଶ୍ୱର ହଂସ, ଭକ୍ତବନ୍ଧୁ ସାହୁ, ଉଗ୍ରେ ପୁଟେଲ, ମହାଦେବ ପାଣି, ରୋହିତ ସାହୁ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!