oom

କୁମାର ଉତ୍ସବ ଆସନ୍ତା ୯ ତାରିଖରେ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଭଞ୍ଜ ସାଂସ୍କୃତିକ ନ୍ୟାସ ଓ ଆଦର୍ଶ ପାଠାଗାରର ମିଳିତ ଆନୁକୂଲ୍ୟରେ କୁମାର ଉତ୍ସବ ୨୦୨୨ ଚଳିତ ଅକ୍ଟୋବର ମାସ ୯ ତାରିଖ ଦିନ ସଂଧ୍ୟା ୬ ଘଟିକା ସମୟରେ ଭଞ୍ଜଭବନ ସ୍ଥିତ ଭଞ୍ଜ ପ୍ରେକ୍ଷାଳୟ ଠାରେ ମହାସମାରୋହରେ ପାଳିତ ହେବ । ଏନେଇ ଆଜି ଆଦର୍ଶ ପାଠାଗାର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାଠାଗାରର ସଭାପତି ଅଭୟ କୁମାର ଦାସ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଲେ ଯେ, ଏହି ଉତ୍ସବରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା କମିଶନର ଡ. ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡିଶାର କଳା ସଂସ୍କୃତିରେ ଖ୍ୟାତି ଅର୍ଜନ କରିଥିବା ସ୍ୱନାମଧନ୍ୟ କଳାକାରମାନଙ୍କୁ ସମ୍ମାନିତ କରାଯିବ । ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା କୈଳାଶ ଚନ୍ଦ୍ର ପାଣିଗ୍ରାହୀ ଓ ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତଜ୍ଞ ବୁଦ୍ଧ ପ୍ରସାଦ ରାଓଙ୍କୁ କୁମାର ଉତ୍ସବ ସମ୍ମାନ ୨୦୨୨ରେ ସମ୍ବର୍ଦ୍ଧିତ କରାଯିବ । ପ୍ରାରମ୍ଭରେ ବୀଣାପାଣି ରଥଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ମହ୍ଲାର ଡ୍ୟାନ୍ସ ଏକାଡ଼େମୀର କଳାକାରମାନେ ‘କୁଆଁର ପୁନେଇ ଜହ୍ନ ଗୋ’ ନୃତ୍ୟ ନାଟିକା ପରିବେଷଣ କରିବେ । ଏହି ଉତ୍ସବରେ ରାଉରକେଲା ଜନସାଧାରଣ ସଂସ୍କୃତିପ୍ରେମୀ ବହୁ ସଂଖ୍ୟାରେ ଯୋଗଦେବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । ଉପଦେଷ୍ଟା ଗୋପୀନାଥ ପଟ୍ଟନାୟକ, ଚନ୍ଦ୍ରଶେଖର ଶତପଥୀ ମଂଚାସୀନ ଥିବା ବେଳେ ମୁଖପାତ୍ର କୁଞ୍ଜବିହାରୀ ରାଉତ ଅତିଥିଙ୍କ ପରିଚୟ ଓ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବାଉରୀବଂଧୁ ସାହୁ, ବିଜୟ କୁମାର ପାତ୍ର, ଜ୍ୟୋତିରଂଜନ ମହାପାତ୍ର, ଅଶୋକ ବଳ, ଅଟମ ରଥ, ପ୍ରଦୀପ କୁମାର ପଟ୍ଟନାୟକ, ଡାକ୍ତର ବସନ୍ତ ଦାସ, ଶରତ ରାଉତ, ଟୁକଲା ପାଢୀ, ବିଭୁତି ଭୂଷଣ ବିଶ୍ୱାଳ, ପ୍ରକାଶ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.