jsm

ପଦ୍ମପୁର ବିଧାୟକ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ସକାଶେ ଶୋକସଭା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟ ଗିରିବାସୀ ବିଂଝାଲ ସମାଜ ଝାରବନ୍ଧ ଆନୁକୂଲ୍ୟରେ ଭୂତପୂର୍ବ ଲାଟ ସଭାପତି, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଥିଲେ ଜଣେ ଅପ୍ରତିଦ୍ୱନ୍ଦୀ, ନିର୍ଭିକ, ସ୍ପଷ୍ଟବାଦୀ ନେତା । ଏ ଅବସରରେ ତାଙ୍କର ଅମର ଆତ୍ମାର ସତଗତି ନିମନ୍ତେ ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ଝାରବନ୍ଧ ବ୍ଲକ ପକ୍ଷରୁ ଗତକାଲି ଶ୍ରଦ୍ଧାଞ୍ଜଳି ସମେତ ଶୋକସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଲାଟ ସଭାପତି ହୃଷିକେଶ ବରିହା, ସାଧାରଣ ସମ୍ପାଦକ ଆଶାରାମ ବରିହା, ବ୍ଲକ ସଭାପତି ଜବାହରଲାଲ ସିଂ ବରିହା, ଝାରବନ୍ଧ ବ୍ଲକ ଉପାଧ୍ୟକ୍ଷ ଶ୍ରୀମତି ବିଶାଖା ବରିହା, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଶ୍ରୀମତୀ ଜୟନ୍ତୀ ବରିହା, ଝାରବନ୍ଧ ବ୍ଲକ ଜୋନ-୧ ଓ ୨ର ସଭାପତି ଗୋପାଳ ବରିହା, ଧର୍ମୁ ବରିହାଙ୍କ ସମେତ ୧୪ଟି ଗ୍ରାମ ପଞ୍ଚାୟତର ସଭାପତି ତଥା ଶତାଧିକ ସମାଜ ଭାଇ ଭଉଣୀ ଏବଂ କର୍ମକର୍ତ୍ତା ସମସ୍ତେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

yuvodaya
Leave A Reply

Your email address will not be published.