ମହାଶକ୍ତି ଫାଉଣ୍ଡେସନ ତରଫରୁ ଦାନ ଉତ୍ସବ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଟୋଗଣ୍ଡା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ସହାୟତାରେ ଓ ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନଙ୍କ ଆର୍ଥିକ ଅନୁଦାନରେ ଆଜି ଶୁକ୍ରବାର ଦିନ ଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ଭୋଇ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ ଓ ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ମହାଶକ୍ତି ଫାଉଣ୍ଡେସନର କୋଷାଧ୍ୟକ୍ଷ ତଥା ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ ସଭାପତିତ୍ୱ ଓ ସଂଯୋଜନା କରିଥିଲେ ଏବଂ ସମାଜ ସେବୀ ସତ୍ୟନାରାୟଣ ସାହୁ, ସଂଯୁକ୍ତା ପୁରୋହିତ ଏବଂ ଗଣମାଧ୍ୟମ ପ୍ରତିନିଧି ଉଦ୍ଧବ ପଣ୍ଡା, ନିରଞ୍ଜନ ମହାରଣା, ଶୁଭେନ୍ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ । ମ.ରାମପୁର ଗ୍ରାମ ପଞ୍ଚାୟତର ୧୨/୧୪ଟି ଗ୍ରାମ ତଥା ପଡ଼ାରୁ ୬୫ ଜଣ ଅସହାୟ, ଦୁଃସ୍ତ ବୃଦ୍ଧା, ବୃଦ୍ଧ, ଭିନ୍ନକ୍ଷମଙ୍କୁ ନୂତନ ଶୀତ ବସ୍ତ୍ର ଖାଦ୍ୟ ଅତିଥିମାନଙ୍କ ମାଧ୍ୟମରେ ବଣ୍ଟନ କରାଯାଇଥିଲା । ଦାନ ଉତ୍ସବର ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ଆୟୋଜକ ଅନୁଷ୍ଠାନର ପ୍ରକାଶ ଚନ୍ଦ୍ର ସାହୁ କହିଥିଲେ ଏବଂ ଆମନ୍ତ୍ରିତ ଅତିଥିମାନେ ଦାନର ମହତ୍ତ୍ଵ ବିଷୟରେ ମତ ରଖିବା ସହିତ ମହାଶକ୍ତି ଫାଉଣ୍ଡେସନର ପ୍ରଶଂସା କରିବା ସହିତ ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ଶେଷରେ ଅନୁଷ୍ଠାନର ଜ୍ୟୋତିଷ ନାୟକ ସମସ୍ତ ଆମନ୍ତ୍ରିତ ଅତିଥି, ଗଣମାଧ୍ୟମ ପ୍ରତିନିଧି ଏବଂ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

15 + seventeen =