ବଲାଙ୍ଗିର ପୌର ପରିଷଦର ଉପାଧ୍ୟକ୍ଷା ହେଲେ ଗାୟତ୍ରୀ ଭୋଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦର ଉପାଧ୍ୟକ୍ଷା ହେଲେ ଗାୟତ୍ରୀ ଭୋଇ । ୱାର୍ଡ ନଂ.୨୦ର କାଉନ୍‌ସିଲର୍‌ ଗାୟିତ୍ରୀ ଭୋଇ ସ୍ଥାନୀୟ ଶୈଳଶ୍ରୀ ପେଲେସ୍‌ରୁ ବାହାରି ବଲାଙ୍ଗିର ପୌର ପରିଷଦରେ ଉପାଧ୍ୟକ୍ଷା ଭାବେ ଏକାକୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସେ ଉପାଧ୍ୟକ୍ଷା ଭାବେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଉପାଧ୍ୟକ୍ଷା ନିର୍ବାଚନ ପ୍ରକିୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଏବଂ ପୌର ପରିଷଦ ଅଧ୍ୟକ୍ଷ ବିପିନ ବିହାରୀ ଦୀପ ଦାୟିତ୍ୱ ତୁଳାଇଥିଲେ । ଏହି ଅବସରରେ ବିଜେଡ଼ିର ୧୬ ଜଣ କାଉନ୍‌ସିଲର୍‌ ଉପସ୍ଥିତ ଥିଲେ ।

Leave A Reply

Your email address will not be published.