pr

ବଲାଙ୍ଗିର ରେଳ ଷ୍ଟେସନ ପରିଦର୍ଶନ କଲେ ରେଳ ଉପଭୋକ୍ତା ସଂଘ କାର୍ଯ୍ୟକର୍ତ୍ତା

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ମଣ୍ଡଳ ସ୍ଥାନୀୟ ବଲାଙ୍ଗିର ରେଲୱେ ଷ୍ଟେସନ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ରେଳ ଯାତ୍ରୀଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ବିଷଦ ଆଲୋଚନା ହୋଇଥିଲା । ବିଶେଷତଃ ଟିକଟ୍‌ କାଉଂଟର ଠାରୁ ପ୍ଲାଟଫର୍ମ ପ୍ରବେଶ ଦ୍ୱାର ପର୍ଯ୍ୟନ୍ତ ଛାଉଣୀର ବ୍ୟବସ୍ଥା, ବରିଷ୍ଠ ନାଗରିକ ଏବଂ ମହିଳାଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଟିକଟ ଝରକାର ବ୍ୟବସ୍ଥା, ଷ୍ଟେସନ ମଧ୍ୟରେ ସଂପୂର୍ଣ୍ଣ ଛାଉଣୀର ବ୍ୟବସ୍ଥା, ବିକଳାଙ୍ଗ ଏବଂ ରୋଗୀମାନେ ପ୍ଲାଟଫର୍ମ ନଂ.୧ରୁ ଅନ୍ୟ ପ୍ଲାଟଫର୍ମ ଗୁଡ଼ିକୁ ଯାତାୟତ ନିମନ୍ତେ ସୁବ୍ୟବସ୍ଥା, ସମସ୍ତ ପ୍ଲାଟଫର୍ମରେ ଟୟଲେଟର ବ୍ୟବସ୍ଥା, ଶିଶୁ ମନ୍ଦିର ସମ୍ମୁଖସ୍ଥ ରେଳ ଅଣ୍ଡର ବ୍ରିଜରେ ସଦାସର୍ବଦା ପାଣି ଜମି ରହୁଥିବାରୁ ତାର ପ୍ରତିକାର ବ୍ୟବସ୍ଥା, ବଲାଙ୍ଗିର ରୋଡ ଷ୍ଟେସନର ୨ନଂ. ପ୍ଲାଟଫର୍ମରେ ଛାଉଣୀ ବ୍ୟବସ୍ଥା ଇତ୍ୟାଦି ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ପରିଦର୍ଶନରେ ସଂଘର ପରାମର୍ଶଦାତା ବିକ୍ରମାନନ୍ଦ ବହିଦାର, ସଭାପତି ଧର୍ମବ୍ରତ ରଥ, ସଂପାଦକ ଗୋପବନ୍ଧୁ ପୁରୋହିତ, ସହ ସଂପାଦକ ପ୍ରଭାକର ମିଶ୍ର, କୋଷାଧ୍ୟକ୍ଷ ଅଶୋକ ଚାନ୍ଦ, ସଂଘ ପ୍ରବକ୍ତା ଗୋପଭୂଷଣ ନାଥ ଏବଂ ସଦସ୍ୟ ଛବିଲାଲ ବେହେରା ଅଂଶଗ୍ରହଣ କରିଥିଲେ । ପରେ ଷ୍ଟେସନ ମ୍ୟାନେଜର ତଥା ତାଙ୍କ ସହଯୋଗୀ ଅଧିକାରୀଗଣଙ୍କ ସହ ଉପରୋକ୍ତ ସମସ୍ୟା ଗୁଡିକ ସଂପର୍କରେ ଆଲୋଚନା ହୋଇଥିଲା ।

nrusinghnath
Leave A Reply

Your email address will not be published.