oom

ଭାନପୁରରେ ଡ଼. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

jsmm

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ଗାଁ ପଞ୍ଚାୟତ ଛକଠାରେ ଭାରତ ରତ୍ନ ଡ଼. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ପାଟଣାଗଡ ଉପ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ, ଭାନପୁର ସରପଞ୍ଚ ରୀନା ଜାଲ, ଉପଖଣ୍ଡସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜ ସଭାପତି ଦିଗିସନ ନନ୍ଦ, ସଂଯୋଜକ ଧନେଶ୍ଵର ନାଗ, ଭାନପୁର ପଞ୍ଚାୟତସ୍ତରୀୟ ସଭାପତି ବନୁ କୁମ୍ଭାର, ସମ୍ପାଦକ ଯୁବରାଜ ଦୀପ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଏକ ଶୋଭାଯାତ୍ରାରେ ଗାଁ ପରିକ୍ରମା କଲା ପରେ ଅତିଥିମାନେ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିଲେ । ପରେ ଏକ ସଭା ଆୟୋଜିତ ହୋଇଥିଲା । ସଭାରେ ଆମ୍ବେଦକର ଜୀବନୀ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଜଳଧର ତାଣ୍ଡି ପରିଚାଳନା କରିଥିବା ବେଳେ ଆଇନଜୀବୀ ଭକ୍ତବନ୍ଧୁ ବାଗ, ଜୟନ୍ତ କୁମ୍ଭାର, ବ୍ଲକ ସଭାପତି ଛିନୁ ଟାକ୍ରି, ମୋହନ ସୁନା, ଅମିତ ତାଣ୍ଡି, ମାଟିଆଭଟା ସରପଞ୍ଚ ସନ୍ତୋଷିନୀ ବରିହା, ଦମାଇପାଲି ସରପଞ୍ଚ ରିତାକାନ୍ତି ତାଣ୍ଡି, ଭାନପୁର ସମିତି ସଭ୍ୟା ଯଶୋବନ୍ତୀ ତାଣ୍ଡି ସମେତ ଶତାଧିକ ଲକ୍ଷେ ଘର ଗଣ୍ଡା ସମାଜର ମହିଳା ପୁରୁଷ ଉପସ୍ଥିତ ଥିଲେ । ଶେଷରେ ଡିଲେଶ୍ୱର ଜାଲ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.