ommm
jittmm

ରାସ୍ତାକଡ଼ରୁ ଶିଶୁପୁତ୍ର ଉଦ୍ଧାର

ବରଗଡ଼ : ରାସ୍ତାକଡ଼ରୁ ଶିଶୁପୁତ୍ର ଉଦ୍ଧାର । ସୋମବାର ସକାଳେ ବରଗଡ଼-ସୋହେଲା ରାସ୍ତାର ପଥର୍ଲା ରାଇସ୍‌ ମିଲ୍‌ ଛକ ପାଖରେ ଥିବା ହୁଣ୍ଡାଇ ସୋରୁମ୍ ନିକଟରୁ ବରଗଡ଼ ସଦର ଥାନା ପୁଲିସ ଜଣେ ଶିଶୁପୁତ୍ରକୁ ଉଦ୍ଧାର କରିଛି । ଶିଶୁଟିର ପରିଚୟ ମିଳିପାରି ନାହିଁ । ସୂଚନାନୁଯାୟୀ, ସୋମବାର ସକାଳେ ବରଗଡ଼-ସୋହେଲା ରାସ୍ତାର ପଥର୍ଲା ରାଇସ୍‌ ମିଲ୍‌ ଛକ ପାଖରେ ଥିବା ହୁଣ୍ଡାଇ ସୋରୁମ୍ ନିକଟରେ ଜଣେ ୩ ବର୍ଷର ଶିଶୁପୁତ୍ର ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲା । ସ୍ଥାନୀୟ ଲୋକେ ପିଲାଟିକୁ ଦେଖି ପୁଲିସକୁ ଖବର ଦେଇଥିଲେ । ବରଗଡ଼ ସଦର ଥାନା ପୁଲିସ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଛି । ତେବେ ଶିଶୁଟି ତାର ପରିଚୟ ଦେଇପାରୁ ନଥିବା ବେଳେ ସେ ବରଗଡ଼ର ବବିତା ମିଶ୍ର ଏବଂ କୁନୁ ମିଶ୍ରଙ୍କ ସନ୍ତାନ ହୋଇଥିବା ସୂଚନା ମିଳିଛି । ଏଯାଏଁ ପୁଲିସକୁ କେହି ଯୋଗାଯୋଗ କରିନଥିବାରୁ ଶିଶୁକୁ ପୁଲିସ ଆଣି ବରଗଡ଼ ସଦର ଥାନାରେ ରଖିଛି । ଶିଶୁଟିର ପରିଚୟ ସ୍ପଷ୍ଟ ହେବାପରେ ତାକୁ ତାର ପରିବାରକୁ ହସ୍ତାନ୍ତର କରାଯିବ । କେହି ଶିଶୁଟିର ପରିଚୟ ଜାଣିଲେ ତୁରନ୍ତ ପୁଲିସକୁ ଜଣାଇବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.