ବଲାଙ୍ଗିର, (କେପିଏନ୍ଏସ୍) : ଚନ୍ଦନଭାଟିର ଜନୈକ ବ୍ୟକ୍ତିଙ୍କ ଘର ଭିତରୁ ଉଦ୍ଧାର ହେଲା ୨.୫ ଫୁଟ୍ ଲମ୍ବର ବିଷାକ୍ତ ନାଗସାପ । ଗତକାଲି ପ୍ରବଳ ବର୍ଷା ଯୋଗୁଁ ନିକଟ ବିଲରୁ ସାପଟି ଘର ଭିତରକୁ ପଶି ଆସି ଦୀର୍ଘ ସମୟ ରହିଯାଇଥିଲା । ପରିବାର ଲୋକେ ସାପଟିକୁ ଦେଖି ଭୟଭୀତ ହୋଇ ବଲାଙ୍ଗିର ସ୍ନେକ୍ ରେସ୍କ୍ୟୁ ଟିମ୍କୁ ଯୋଗାଯୋଗ କରିଥିଲେ । ସ୍ନେକ୍ ରେସ୍କ୍ୟୁ ଟିମ୍ର ସୁରୁ ତାଣ୍ଡି ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ନେଇ ଶ୍ରୀ ତାଣ୍ଡି ସୂଚନା ଦେଇଛନ୍ତି ।