jayashree

ସୋହେଲାର ତାଣ୍ଡୋଲ ଗ୍ରାମଠାରେ ମାଣ୍ଡିଆ ଖାଦ୍ୟ ମେଳା ଉଦ୍‌ଘାଟିତ

ସୋହେଲା/ବରଗଡ : ସଂପ୍ରତି ବରଗଡ ଜିଲ୍ଲାର ସୋହେଲା ବ୍ଲକରେ ଇତି ମଧ୍ୟରେ ପ୍ରଥମ ବର୍ଷ ପାଇଁ ପ୍ରଥମ କରି ମାଣ୍ଡିଆ ଖାଦ୍ୟ ମେଳା ଉଦ୍‌ଘାଟିତ ହୋଇଯାଇଛି । ଆତ୍ମା ବରଗଡ, ଓଡିଶା ମିଲେଟ୍ସ୍ ମିଶନ ୱାସନ୍‌ର ମିଳିତ ସହାୟତା ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ସହଯୋଗରେ ସୋହେଲା କୃଷି ବିଭାଗର ସହ କୃଷି ଅଧିକାରୀ ମାନିଆ ମିର୍ଦ୍ଧା ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ତାଣ୍ଡୋଲ ଗ୍ରାମର ଗଉଁତିଆ ଘନଶ୍ୟାମ ସା, ସମାଜସେବୀ ଲକ୍ଷ୍ମଣ ସେଠ, ଭିଏଡବ୍ଲୁ ଅନୀଳ, ଅଙ୍ଗନୱାଡି କର୍ମୀ ଯଶୋବନ୍ତୀ ବିଶି ପ୍ରମୁଖ ଯୋଗ ଦେଇଥିଲେ । ଏହି ମେଳାରେ ମାଣ୍ଡିଆରେ ପ୍ରସ୍ତୁତ ଗଜା, ମୁଡ଼କୁ, ଗୁଳାପଜାମୁନ, ଆରିସା ପିଠା, କାକାରା, ରସ ଗଜା, କଚୋଡ଼ି, କଦଳୀ ଫୁଲ ଆଦି ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇ ମାଗଣାରେ ଲୋକକୁ ଖାଇବାକୁ ଦିଆଯାଇଥିଲା । ସୋହେଲାର ଜୟ ଅମ୍ୱେ ଏସ୍‌ଏଚଜି, ଗୋଠର ମା’ ସରସ୍ଵତୀ ଏସ୍‌ଏଚଜି, ତାଣ୍ଡୋଲର ମା’ ସମଲେଶ୍ଵରୀ ଏସ୍‌ଏଚଜି, ମରେକେଲର ତୁଳସୀ ଏସ୍ଏଚଜି, ଟୁଙ୍ଗୀବନ୍ଧଳିର ମା’ ଲକ୍ଷ୍ମୀ ଏସ୍‌ଏଚଜିର ସଦସ୍ୟାମାନେ ଏହି ଖାଦ୍ୟଗୁଡିକୁ ପ୍ରସ୍ତୁତ କରିଥିଲେ । ଓଡିଶା ମିଲେଟ୍ସ୍ ମିଶନର ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ ଗୌର ଚନ୍ଦ୍ର ରଣା ପରିଚାଳନା କରିଥିଲେ ଓ ସହ ସଂଯୋଜକ ମାଶାଲୁ ସେଠ, ସୋହେଲା ଏଫପିଓର ସିଇଓ ଚୁମ୍ବିଲାଲ ଦ୍ଵାରୀ, ଏମ୍‌ଡି ମମତା ପ୍ରଧାନ, ବିଓଡି ମେମ୍ବର ସସ୍ମିତା ପଧାନ, ଅନିତା ଖୁଣ୍ଟଲା, ଯାଜ୍ଞସେନୀ ନାଏକ, ପଦ୍ମିନୀ ସାହୁ, ଲଲିତା ଚେରକିଆ ଏବଂ ସିଆରପି ଉମାକାନ୍ତ ଗୈହାନ, ଉତ୍ତର କୁମାର ବାରିକ, ମୋହନ ଭୋଇ, ଝସକେତନ ଦେହେରୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.