lika

ଧୂମାଭଟାଠାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶୁଭ ଉଦ୍‌ଘାଟନ

gbag

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଧୁମାଭଟା ପଞ୍ଚୟତରେ ଆଜି ସକାଳ ୯ଟା ସମୟରେ ଧୂମାଭଟା ରାଜୀବ ଭାବନଠାରେ ନୂତନ ଭାବରେ ଶିକ୍ଷା ବିକାଶ ସମିତି ଓଡିଶା ଆନୁକୂଲ୍ୟରେ ଶିଶୁ ମନ୍ଦିରର ଶୁଭ ଉଦ୍‌ଘାଟନ ହୋଇଯାଇଛି । ବେଲପଡା ବ୍ଲକ ଅଧ୍ୟକ୍ଷ୍ୟା କୁମାରୀ ଟିନା କୁମ୍ଭାର ମୁଖ୍ୟ ଅତିଥି, ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର, ଜିଲ୍ଲା ପରିଷଦ ଶ୍ରୀମତୀ ଅନିମା ଦାସ ଧୂମାଭଟା ଗ୍ରାମ ପଞ୍ଚାୟତର ସରପଞ୍ଚ ବନମାଳୀ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମିତି ସଭ୍ୟା ସବିତା ଭୁଏ, ନାଏବ ସରପଞ୍ଚ ଜାନକୀ ଶବର, ପ୍ରଧାନ ଆଚାର୍ଯ୍ୟ ଓଁକାର ମେହେର, ସଭାପତି ଦୈତାରୀ ପୁରୋହିତ, ସମ୍ପାଦକ ଝରୀ ବେହେରା ସହସମ୍ପାଦକ ଦିଗାମ୍ବର ବୁଡ଼େକ କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ବୁଡ଼େକ, ସିପୁନ ଖମାରୀଙ୍କ ସହଯୋଗରେ ସରୋଜ ମଲ୍ଲିକ, ପ୍ରକାଶ ପୁରୋହିତ, ଲୋକନାଥ ମଲ୍ଲିକ ଶ୍ରୀକାନ୍ତ ରାଉତ, ଦୁଃଖନାସନ୍ ମାଝି, ଗୀତାଞ୍ଜଳି ବର୍ଗେ, ଜଗଦିଶ ବୁଡେକ, ପିତବାସ ସାହୁ, ଶ୍ରୀକାନ୍ତ ନାଏକ, ନିତ୍ୟା ବୁଡେକ, ଦୟାସାଗର ବୁଡେକ, ଲଲିତ ରାଉତ ଏବଂ ଶିକ୍ଷାବିତ୍ତମାନଙ୍କର ଗହଣରେ କାର୍ଯ୍ୟଟି ସମାପନ ହେଲା ଏବଂ ଆସନ୍ତାକାଲି ଠାରୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷାଦାନ ଆରମ୍ଭ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

babaa
Leave A Reply

Your email address will not be published.