pr

ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ କଣ୍ଟାବାଞ୍ଜି ବିଧାୟକ

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନର ବିଭିନ୍ନ ଗାଁରେ ହୋଇଥିବା ପ୍ରକଳ୍ପକୁ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ଆଜି ମଧ୍ୟାହ୍ନରେ ସିନ୍ଧେକେଲା ଅଂଚଳକୁ କଣ୍ଟାବାଞ୍ଜି ବିଧାୟକ ଗସ୍ତ କରି ପ୍ରଥମେ ଅଲଣ୍ଡା ପଂଚାୟତର ପିତାମହୁଲ ଓ ବଗର୍ତ୍ତୀପଡାରେ କମ୍ୟୁନିଟି ସେଣ୍ଟର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ସିନ୍ଧେକେଲା ପଲ୍ଲୀଶ୍ରୀ ହାଇସ୍କୁଲ ଗେଟର ଶୁଭ ଉଦଘାଟନ କରିଥିଲେ । ପରେ ସିନ୍ଧେକେଲା ପୋଲିସ ଷ୍ଟେସନ ପରିସରରେ ନିର୍ମାଣ ହୋଇଥିବା ଅଭ୍ୟର୍ଥନା ଗୃହ ଉଦଘାଟନ ପରେ ସିନ୍ଧେକେଲା ଠାରେ ନିର୍ମିତ ହୋଇଥିବା ମିଶନ ଶକ୍ତି ଗୃହକୁ ଉଦଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା, ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ଜିଲ୍ଲା ପରିଷଦ ସଦସ୍ୟା ଛନ୍ଦାରାଣୀ ନାଏକ, ସିନ୍ଧେକେଲା ସରପଂଚ ରାଜା ଥନାପତି, ସମିତି ସଭ୍ୟ ଧନୁ ଥନାପତି, ଭାଲୁମୁଣ୍ଡା ସରପଂଚ ଉପେନ୍ଦ୍ର ମେହେର, ସିନ୍ଧେକେଲା ଥାନାଧିକାରୀ ପଂଚାନନ ନାଏକ, ଲକ୍ଷ୍ମୀକାନ୍ତ ବାଗ, ଯୁବରାଜ ବାଗ, ବିଘ୍ନରାଜ ନାଏକ, ଗୋପୀ ସାହୁ, ଅନୀଲ ନାଏକ, ସନ୍ତୋଷ ନାଏକ, କୁନା ବାମଡି, ନରେଶ ଅଗ୍ରୱାଲଙ୍କ ସମେତ ବିଭିନ୍ନ ପଂଚାୟତର ଜନପ୍ରତିନିଧି ମାନେ ସାମିଲ ହୋଇଥିଲେ । ସିନ୍ଧେକେଲା ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଲୋକମାନଙ୍କ ସହ ସିଧାସଲଖ ଭାବେ ଆଲୋଚନା କରିଥିଲେ ।

nrusinghnath
Leave A Reply

Your email address will not be published.