ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଢୁଲୁସର ଅମାମୁଣ୍ଡାକୁ ୫-୩ ଗୋଲରେ ହରାଇ ନକ୍ଟାସର ସେମିରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଢୁଲୁସର ଗ୍ରାମ ଖେଳ ପଡିଆଠାରେ ଚାଲିଥିବା ପ୍ରଥମ ବର୍ଷ ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ ଦିନ ଖେଳରେ ନକ୍ଟାସର ଦଳ ଅମାମୁଣ୍ଡା ଦଳକୁ ୫-୩ ଗୋଲରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବରେ ସେମିଫାଇନାଲକୁ ଉନ୍ନୀତ ହୋଇଛି । ଆଜିର ଖେଳରେ ମୁଖ୍ୟ ଅତିଥି ଭାବେ ଚୁଡାପାଲି ସରପଂଚ ଶ୍ରୀମତୀ ଲକ୍ଷ୍ମୀ ନନ୍ଦ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ପୁଷ୍ପାଞ୍ଜଳି ମହାଲିଙ୍ଗି, ପୂର୍ବତନ ସମିତିସଭ୍ୟ କୁଳମଣି ମେହେର, ପୂର୍ବତନ ସରପଂଚ ମୁରଲୀଧର ମଲ୍ଲିକ, ଭାଗିରଥି ଘିବେଲା ଓ ଟୁର୍ଣ୍ଣାମେଣ୍ଟର ପୃଷ୍ଠପୋଷକ ରାମକୁମାର କୁମୁରା ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଖେଳରେ ସର୍ବଶେଷ୍ଠ ଖେଳାଳି ଭାବେ ନକ୍ଟାସର ଦଳର ଡାକ୍ତର ଭାଟିଙ୍କୁ ଘୋଷଣା କରାଯିବା ସହ ଟ୍ରଫି ପ୍ରଦାନ କରି ଅତିଥିମାନେ ସମ୍ମାନିତ କରିଥିଲେ । ଆଜିର ଖେଳକୁ ଦେବାଶିଷ ବାଗ, ସୁଦର୍ଶନ ସେଠ, ସଂଜୀବ ମହାରଣା ଓ ଜଳନ୍ଦର ସାହୁ ପରିଚାଳନା କରିଥିବା ବେଳେ ରାଜେଶ୍ୱର କୁମୁରା, ସଚୀନ୍ଦ୍ର କୁମାର ମଲ୍ଲିକ, ପିଣ୍ଟୁ କଅଁର, ସଂଜୟ ଥନାପତି, ରବି ସାହୁ, ପ୍ରମୋଦ ରଣା ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତାକାଲି ପ୍ରଥମ ସେମିଫାନାଲ ଖେଳ କ୍ରିଡା ଛାତ୍ରାବାସ ବଲାଙ୍ଗିର ଓ ନକ୍ଟାସର ମଧ୍ୟରେ ଅନୁଷ୍ଠିତ ହେବା ବୋଲି ଆୟୋଜକ କମିଟିର ଅଧ୍ୟକ୍ଷ ଶରତ କୁମାର ନନ୍ଦ ଜଣାଇଛନ୍ତି ।

Leave A Reply

Your email address will not be published.