om academy

ଆସନ୍ତାକାଲି ଦିନିକିଆ ବଲାଙ୍ଗିର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ : ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ଦିନିକିଆ ବଲାଙ୍ଗିର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ବଲାଙ୍ଗିରର ବିକାଶ ପାଇଁ ପ୍ରାୟ ୬ଶହ କୋଟି ଟଙ୍କା ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ହରିଶଙ୍କର ଓ ନୃସିଂହନାଥ ରୁପାନ୍ତର ପ୍ରକଳ୍ପର ଶିଳାନ୍ୟାସ କରିବେ । ଆସନ୍ତାକାଲି ସକାଳ ୧୦ ଟା ୧୫ ମିନିଟ ସମୟରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚି ସେଠାରୁ ହେଲିକ୍ୟାପ୍ଟର ଯୋଗେ ଟିଟିଲାଗଡ଼ରେ ପହଂଚି ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ୍‌ କାର୍ଡ଼ ବଣ୍ଟନ କରିବେ । ଏହା ପରେ ପାଟଣାଗଡ଼ରେ ବିଜୁ ସ୍ୱାସ୍ଥ୍ୟ ହେଲଥ୍‌ କାର୍ଡ଼ ବଣ୍ଟନ ସହ ହରିଶଙ୍କର ଓ ନୃସିଂହନାଥ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ପରେ ବଲାଙ୍ଗିରରେ ପହଂଚି ଅତ୍ୟାଧୁନିକ ବସ ଷ୍ଟାଣ୍ଡ ଉଦ୍‌ଘାଟନ କରିବା ସହ ପାନୀୟ ଜଳ ଯୋଗାଣ, କୃଷି ଜଳସେଚନ ଭଳି ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକ ତୃଣ ମୂଳ ସ୍ତରରେ ସଫଳ ରୂପାୟନ ପାଇଁ ୧୪ ଟି ବ୍ଳକ ପାଇଁ ୧୧ ଜଣ ମନ୍ତ୍ରୀ ଓ ୧୬ ଜଣ ଦଳୀୟ ଉପଦେଷ୍ଟାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ପ୍ରସ୍ତୁତି ଶେଷ ହୋଇଛି । ମନ୍ତ୍ରୀ ମାନେ ନିଜ ନିଜ ସ୍ଥାନରେ ପହଁଚି ଯାଇଥିବା ବେଳେ ପୋଲିସ ବିଭାଗର ବିଭିନ୍ନ ପଦାଧିକାରୀ ମଧ୍ୟ ବଲାଙ୍ଗିର ଜିଲ୍ଲାରେ ପହଁଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।

ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍‌ପି ନୀତିନ କୁସଲକରଙ୍କ ସହ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ସଭାର ପରିଦର୍ଶନ କରି କାର୍ଯ୍ୟର ତଦାରଖ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ଦୃଷ୍ଟିରୁ ବରିଷ୍ଠ ପୁଲିସ ଅଧିକାରୀ ମାନଙ୍କ ସହିତ ୨୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କ ସମସ୍ୟାକୁ ଦୂର କରିବେ ବୋଲି ଜନସାଧାରଣ ଆଶା ବାନ୍ଧିଛନ୍ତି ।

Leave A Reply

Your email address will not be published.