ବଲାଙ୍ଗିର, (କେପିଏନ୍ଏସ୍) : ଚାକିରି କରାଇ ଦେବା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଟଙ୍କା ନେଇ ଠକେଇ କରିବା ସହ ଧମକଚମକ ଦେବା ଅଭିଯୋଗରେ ବଲାଙ୍ଗିର ଟାଉନ ଥାନା ପୁଲିସ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରମୋଦ ଛତ୍ରିଆ(୩୩), ଶମ୍ଭୁନାଥ ସୁତାର(୨୭), ଅଜୟ ନାଏକ(୨୫) ଓ ବିଶିକେଶନ ମଲ୍ଲିକ(୨୨) । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତମାନେ ଖୋର୍ଦ୍ଧା ଜିଲ୍ଲାର ରୁବି ପଳେଇଙ୍କୁ କମ୍ପୁଟର ଅପରେଟର ଚାକିରି ଦେବେ ବୋଲି କହି ୭ ହଜାର ଟଙ୍କା ଓ ଅନ୍ୟ ୩ ଜଣ ଯୁବତୀଙ୍କ ପାଖରୁ ୬ ହଜାର ଟଙ୍କା ଲେଖାଏଁ ନେଇଥିଲେ । ସାମଗ୍ରୀ ଆସିଲେ କେବଳ କମ୍ପୁଟରରେ ଡାଟାବେସ ପ୍ରସ୍ତୁତ କରିବାକୁ ଏମାନଙ୍କୁ କୁହାଯାଇଥିଲା । ପରେ ୪ ଜଣ ଯୁବତୀଙ୍କୁ ବଲାଙ୍ଗିର ଡାକି ଏକ କୋଠରୀରେ ରଖି ଧମକଚମକ ସେମାନେ ଦେଉଥିଲେ । ଏ ନେଇ ଟାଉନ ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି କମ୍ପାନି ନାଁ ନେଇ ଠକେଇରେ ସାମିଲ ଥିବା ୪ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି ।
Prev Post