ଅପେକ୍ଷାର ଶେଷ : ଆଜି ଟୀକା ପହଂଚୁଛି

ଭୁବନେ‌ଶ୍ୱର : ଟୀକା କରଣ ନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟ ଭ୍ୟାକ୍ସିନ ଷ୍ଟୋରର ପହଂଚି ସ୍ଥିତି ପରଖିଲେ । ଟୀକା ପାଇଁ ଯେଉଁ ଅପେକ୍ଷା ଥିଲା, ଶେଷ ହୋଇଛି । ଆଜି ଆସି ଟୀକା ପହଂଚୁଛି । ପ୍ରଥମ ପର୍ୟ୍ୟାୟରେ ଆସିଥିବା କୋଭିସିଲିଡ଼ର ୪୦ ହଜାର ୮ ଶହ ସିସି(‌ଷ୍ଟଲ ବଟଲ) ଆସିବ । ଗୋଟିଏ ବୋତଲରୁ ୧୦ଟି ଡୋଜ ଦିଆଯାଇ ପାରିବ । ସେହି ଅନୁସାରେ ଆଜି ଯେତିକି ଟୀକା ପହଂଚିଛି ତାହା କେବଳ ୧ ଲକ୍ଷ ୯୧ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆ ଯାଇପାରିବ । ପ୍ରଥମ ଫେଜ ଟୀକା କରଣ ଲାଗି ବୟସ୍କ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରାଧାନ୍ୟ ଦିଆଯିବ । ଯେଉଁମାନଙ୍କୁ ଟୀକା ଦିଆଯିବ ସେମାନଙ୍କୁ ପାଖକୁ ମେସେଜ ଯିବ । ଯେଉଁ ଜିଲ୍ଲାରେ କୋଭିଡ ସ୍ଥିତି ସଙ୍ଗିନ ଥିଲା ସେ ସ୍ଥାନକୁ ଗୁରୁତ୍ୱ ଦିଆଯିବ । ରାଜ୍ୟ ଭ୍ୟାକ୍ସିନ ଷ୍ଟୋରର ଟୀକା ପହଂଚିବା ପରେ ଜିଲ୍ଲା ସ୍ତରକୁ ନେବା ଲାଗି ଜିଲ୍ଲାପାଳ ମାନଙ୍କୁ ଚିଠି କରାଯାଇଛି । ସେମାନେ ଆଜି କିମ୍ବା କାଲି ଭିତରେ ଗାଡି ପଠେଇ ଟୀକା ନେଇଯିବେ । କୋଭାକ୍ସିନ ମଧ୍ୟ ୨୦ ହଜାର ରାଜ୍ୟକୁ ଆସିବ ବୋଲି କେନ୍ଦ୍ର ସରକାର ଜଣାଇଛନ୍ତି । ସେକେଣ୍ଡ ଫେଜ ପାଇଁ ଡାଟା ପ୍ରସ୍ତୁତ କରିବା ଲାଗି ଗୃହ, ରାଜସ୍ୱ ବିପର୍ୟ୍ୟୟ ପରିଚାଳନା ଏବଂ ଅର୍ବାନ ବିଭାଗକୁ ଚିଠି କରାଯାଇଛି । ଜାନୁଆରୀ ୨୫ ସୁଦ୍ଧା ଡାଟା ବେସ ପ୍ରସ୍ତୁତ କରାଯିବ ।

Leave A Reply

Your email address will not be published.