ଟଙ୍କାଏରେ ମିଳୁଛି ମାକ୍ସ

ବରଗଡ଼, (ଗୋପୀନାଥ ସାହୁ) : କରୋନା ମହାମାରୀ ଠାରୁ ସୁରକ୍ଷା ନିମନ୍ତେ ବରଗଡ ଜିଲ୍ଲାବାସୀଙ୍କ ପାଇଁ ମିଳୁଛି ଗୋଟିଏ ଟଙ୍କାରେ ମାସ୍କ । ବିଶ୍ବାସ ନହେଲେ ମଧ୍ୟ ସତ । ବରଗଡ଼ ସହରରେ ଗୋଟିଏ ଟଙ୍କାରେ ଗୋଟିଏ ମାସ୍କ ମିଳୁଛି । ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ମାସ୍କ ଅତ୍ୟନ୍ତ ଆବଶ୍ୟକ ହେଉଥିବା ବେଳେ ମାରଓ୍ବାଡି ସମ୍ମେଳନ ବରଗଡ଼ ଶାଖା ପକ୍ଷରୁ ଏହି ଅଭିନବ ପଦକ୍ଷେପ ହାତକୁ ନିଆଯାଇଛି । ଆଜିଠାରୁ ବରଗଡ଼ ଟାଉନ ଥାନା ସମ୍ମୁଖରେ ଏହି ମାସ୍କ ଷ୍ଟଲ ଆରମ୍ଭ କରାଯାଇଛି ଏବଂ ଏହା ସାତଦିନ ପର୍ୟ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି ମାରଓ୍ବାଡି ସମ୍ମେଳନ ବରଗଡ଼ ଶାଖାର ସମ୍ପାଦକ କିଶନ ଲାଲ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ଆଗକୁ ବରଗଡ଼ ଜିଲ୍ଲାର ପଦ୍ମପୁର, ଝାରବନ୍ଧ, ପାଇକମାଲ ଅଞ୍ଚଳର ଜନସାଧାରଣଙ୍କ ପାଇଁ ମଧ୍ୟ ଏପରି ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ଶ୍ରୀ ଅଗ୍ରଓ୍ବାଲ କହିଛନ୍ତି । ଯାହାକୁ ଅଧିକ ମାସ୍କ ଆବଶ୍ୟକତା ଥିବ ବରଗଡ଼ ହସପିଟାଲ ରୋଡରେ ଥିବା କିଶନ ଲାଲ ଅଗ୍ରଓ୍ବାଲଙ୍କ ଦୋକାନ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.