ବଲାଙ୍ଗିର ସହରରେ କୃତ୍ରିମ ବନ୍ୟା ପରିସ୍ଥିତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ରାଜ୍ୟରେ ଲଘୁଚାପ ଯୋଗୁଁ ବର୍ଷା ଲାଗି ରହିଥିବା ବେଳେ ବଲାଙ୍ଗିରରେ ଆଜି ଅପରାହ୍ନ ସମୟରେ କିଛି ସମୟ ଜୋର୍‌ ବର୍ଷା ହେବା ଫଳରେ ସହର ମଧ୍ୟରେ କୃତ୍ରିମ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ତେବେ ସୋସିଆଲ ମିଡ଼ିଆରେ ବଲାଙ୍ଗିରର କିଛି ବୁଦ୍ଧିଜୀବୀ ‘ଏହା ବଲାଙ୍ଗିର ବିକାଶ କି’ ବୋଲି ପ୍ରଶ୍ନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ସହର ମଧ୍ୟରେ ଡ୍ରେନେଜ୍‌ ସିଷ୍ଟମ୍‌ ଠିକ୍‌ ନଥିବା ଯୋଗୁଁ ସାମାନ୍ୟ ବର୍ଷାରେ ମଧ୍ୟରେ ରାସ୍ତା ଉପରେ ପାଣି ଜମି ଯାଉଛି । ବଲାଙ୍ଗିର ପୌରାଂଚଳ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.