୫୯ଟି ବାଇକ୍‌ ଉପରେ ପଡ଼ିଲା ୧ ଲକ୍ଷ ୧୫ ହଜାର ଟଙ୍କା ଫାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରାଫିକ୍‌ ନିୟମ ପାଳନ କରି ଗାଡ଼ି ଚଳାନ୍ତୁ । ଏବେ ସିସିଟିଭି ଜଗିଛି ସାରା ବଲାଙ୍ଗିର ସହର । ଟ୍ରାଫିକ୍‌ ନିୟମ ପାଳନରେ ଟିକିଏ ଅବହେଳା କଲେ ଆପଣଙ୍କୁ ବି ଗଣିବାକୁ ପଡ଼ିପାରେ ଫାଇନ୍‌ । ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ଏଦିଗରେ ଏବେ ବେଶ୍‌ ସଜାଗ ଅଛି ବଲାଙ୍ଗିର ପୋଲିସ । ଗତକାଲି ୫୯ଟି ବାଇକ୍‌ ଉପରେ ଲାଗିଛି ଫାଇନ୍‌ । ବାଇକ୍‌ରେ ୩ ଜଣ ବସିବା ତଥା ଡ୍ରାଇଭିଂ ସମୟରେ ମୋବାଇଲ୍‌ ଫୋନ୍‌ରେ କଥା ହେବା ଭଳି ଟ୍ରାଫିକ୍‌ ନିୟମ ଉଲଂଘନ ଯୋଗୁଁ ସମୁଦାୟ ୫୯ଟି ଗାଡ଼ି ଉପରେ ୧ ଲଖ୍ୟ ୧୫ ହଜାର ଟଙ୍କାର ଫାଇନ୍‌ କଟିଛି । ବଲାଙ୍ଗିର ସହରରେ ବ୍ୟବହାର କରାଯାଇଥିବା ସିସିଟିଭି ସିଷ୍ଟମ୍‌ ମାଧ୍ୟମରେ ଏବେ ଟ୍ରାଫିକ୍‌ ନିୟମ ଉଲଂଘନକାରୀଙ୍କୁ ସବୁବେଳେ ନିଘା ରଖିଛି ବଲାଙ୍ଗିର ପୋଲିସ । ଟ୍ରାଫିକ୍‌ ନିୟମ ପାଳନ କରି ଗାଡ଼ି ଚଳାନ୍ତୁ । ନହେଲେ ଆପଣ ବି କୌଣସି ମୁହୂର୍ତ୍ତରେ ଗଣି ପାରନ୍ତି ଫାଇନ୍‌ । ଟ୍ରାଫିକ୍‌ ନିୟମ ପାଳନ କରି ଗାଡ଼ି ଚଳାଇବାକୁ ବଲାଙ୍ଗିର ପୋଲିସ ତରଫରୁ ସଚେତନ କରାଯାଇଛି ।

Leave A Reply

Your email address will not be published.