ରାମଜୀ ଯୁବକ ସଂଘର ଯୁବ ନେତୃତ୍ୱ ବିକାଶ ତାଲିମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ସ୍ଥିତ ରାମଜୀ ଯୁବକ ସଂଘ ଆନୁକୂଲ୍ୟରେ ତଥା ଜେ.ଏସ୍‌.ଏମ୍‌. ମହାବିଦ୍ୟାଳୟ ସହଯୋଗରେ ରାମଜୀ ଯୁବକ ସଂଘର ସମ୍ପାଦକ ଡା. ନାରାୟଣ ମିଶ୍ରଙ୍କ ଆହ୍ୱାନ କ୍ରମେ ଏକ ଯୁବ ନେତୃତ୍ୱ ବିକାଶ ତାଲିମ ଶିବିର ଜେ.ଏସ୍‌.ଏମ୍‌. ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ତାଲିମ ଶିବିର ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟାପିକା କୁ. ଶାସ୍ୱତୀ ପୁରୋହିତଙ୍କ ଦ୍ୱାରା ସ୍ୱାଗତ ଭାଷଣ ପ୍ରଦାନ ପରେ ମହାବିଦ୍ୟାଳୟର ପ୍ରିନ୍‌ସିପାଲ ବିନୋଦ ପାଢ଼ୀ ତାଙ୍କର ସଂକ୍ଷିପ୍ତ ଭାଷଣ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀଙ୍କୁ ରାମଜୀ ଯୁବକ ସଂଘର କ୍ରୀଡ଼ା ସଂଯୋଜକ ସୁନିଲ ବିଶ୍ୱାଲ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଛାତ୍ର/ଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ତାଲିମରେ ସାଧନକର୍ମୀ ଭାବରେ ଯୋଗଦାନ କରିଥିଲେ ଅଶୋକ କୁମାର ମେହେର, ପ୍ରକଳ୍ପ ସଂଯୋଜକ ରାମଜୀ ଯୁବକ ସଂଘ ଏବଂ ସେ ଯୁବ ନେତୃତ୍ୱ ବିକାଶର ବିଭିନ୍ନ ଦିଗ ଉପରେ ଆଲୋଚନା କରି ସମସ୍ତ ଛାତ୍ର/ଛାତ୍ରୀଙ୍କୁ ଶୃଙ୍ଖଳାର ସହିତ ଦେଶର ହିତ ପାଇଁ କାର୍ଯ୍ୟ ସମ୍ପାଦନ କରିବା ନିମିତ ଉତ୍ସାହିତ କରିଥିଲେ । ନିଜର ବାର୍ତ୍ତା ମାଧ୍ୟମରେ ଏସ୍‌ଆଇଟିଇର ପ୍ରତିଷ୍ଠାତା ଡା. ଶ୍ରୀକର ମିଶ୍ର ଛାତତ୍ରଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିଥିଲେ ଜେ.ଏସ୍‌.ଏମ୍‌. ମହାବିଦ୍ୟାଳୟର ଅଧ୍ୟକ୍ଷ ସି ଏ ଶ୍ରୀକାନ୍ତ ଶର୍ମା ମହୋଦୟ ଏବଂ ପରିଚାଳିକା ଶ୍ରୀମତୀ ସୁମନ ଶର୍ମା ମହୋଦୟା । ଶେଷରେ ଅଧ୍ୟାପିକା ଅଙ୍କିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଜେ ଏସ୍‌ ଏମ୍‌ ମହାବିଦ୍ୟାଳୟର ସଂଯୋଜିକା ଶ୍ରୀମତୀ ହିମାନୀ ତ୍ରୀପାଠି, ସହଯୋଗ କରିଥିଲେ ତନୁଜା ମିଶ୍ର, ଅନସୂୟା ଚାନ୍ଦ, ଗାର୍ଗୀ ଏବଂ ଦିପ୍ତିରେଖା ତାଲିମରେ ପ୍ରାୟ ୭୦ ଜଣ ଛାତ୍ର/ଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.