ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର, ଓଡ଼ିଶାର ସରକାରଙ୍କ ସହଯୋଗରେ ମ.ରାମପୁରର ୧୦ ଜଣ ଅଙ୍ଗନୱାଡ଼ି କର୍ମୀ ଓ ୧୦ ଜଣ ୱାର୍ଡ ମେମ୍ବର/ ନାଏବ ସରପଞ୍ଚଙ୍କୁ ନେଇ ଏକ ତିନି ଦିନିଆ ତାଲିମ ଶିବିର ଆଜି ଆରମ୍ଭ ହେଇଯାଇଛି । ମ.ରାମପୁରର ମହାଶକ୍ତି ସମ୍ମିଳନୀ ଗୃହରେ ଏହି ତାମିଲ ଅନୁଷ୍ଠିତ ହୋଇ ଥିବା ବେଳେ ସାଧନ କର୍ମୀ ନିରାକାର ଦାସ ଓ ଜିତେନ୍ଦ୍ର ସା ଯୋଗ ଦେଇଥିଲେ । ସଂଯୋଜନା ପ୍ରକାଶ ଚନ୍ଦ୍ର ସାହୁ କରିଥିବା ବେଳେ ସହଯୋଗ କରିଥିଲେ ଯତୀଶ ନାୟକ, ମମିତା ପୁଝାରୀ, ବଂଶୀ ରଣା ପ୍ରମୁଖ ।