oom

ନିର୍ବାଚନୀ ଖର୍ଚ୍ଚ ତଦାରଖ ଅଧିକାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାଧାରଣ ନିର୍ବାଚନ ୨୦୨୪କୁ ସ୍ୱଚ୍ଛ, ଅବାଧ, ନିରପେକ୍ଷ ଓ ବ୍ୟବସ୍ଥିତ ଭାବେ ସମ୍ପାଦନ କରିବା ନିମନ୍ତେ ଜିଲ୍ଲା ସ୍ତରରେ ବିଭିନ୍ନ ଅଧିକାରୀଙ୍କୁ ନିୟୋଜିତ ପୂର୍ବକ ଦାୟିତ୍ୱ ପ୍ରଦାନ କରାଯାଇଛି । ନିୟୋଜିତ ଅଧିକାରୀ ଯେପରି ପ୍ରଦତ୍ତ ଦାୟିତ୍ୱକୁ ସଠିକ ଓ ସୁଚାରୁରୂପେ ସମ୍ପାଦନ କରିପାରିବେ ସେଥିପାଇଁ ପ୍ରଶାସନ ତରଫରୁ ନିର୍ବାଚନ ପ୍ରଶିକ୍ଷକଙ୍କ ଦ୍ୱାରା ନିର୍ବାଚନ ଆୟୁକ୍ତ ଭାରତଙ୍କ ଦିଶା ନିର୍ଦେଶ ଅନୁସାରେ ପ୍ରଦତ୍ତ ନିର୍ବାଚନ ସମ୍ୱନ୍ଧୀୟ ଆଇନର ଅନୁପାଳନକୁ ସଠିକ କାର୍ଯ୍ୟକାରିତା, ତଦାରଖ ଓ ପରିଚାଳନା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଆଜି ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ୬୪- ବୀରମହାରାଜପୁର (ସଂ), ୬୫- ସୋନପୁର ( ସାଧାରଣ ) ତଥା ୧୦- ବଲାଙ୍ଗିର ଲୋକ ସଭା ସଂସଦୀୟ କ୍ଷେତ୍ର ନିମନ୍ତେ ଆସନ୍ତା ମେ ୨୦ ତାରିଖରେ ମତଦାନ ଅନୁଷ୍ଠିତ ହେବ । ଏଣୁ ନିର୍ବାଚନକୁ ନିରପେକ୍ଷ ଓ ବ୍ୟବସ୍ଥିତ ପରିଚାଳନା ନିମନ୍ତେ ନିୟୋଜିତ ନିର୍ବାଚନ ଖର୍ଚ୍ଚ ତଦାରଖ ଅଧିକାରୀ ଓ ନିର୍ବାଚନରେ ଅବତୀର୍ଣ ରାଜନୈତିକ ପ୍ରାର୍ଥୀଙ୍କ ପ୍ରତିନିଧିଙ୍କୁ ଖର୍ଚ୍ଚ ପରିଚାଳନାର ବିଧି ବ୍ୟବସ୍ଥା ଉପରେ ଜିଲ୍ଲା ସ୍ତରୀୟ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଟିମ୍‌ ନୋଡାଲ୍‌ ଅଧିକାରୀ ତଥା ସିଡିଓ ଅଶ୍ୱିନୀ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଖର୍ଚ୍ଚ ତଦାରଖ ପ୍ରଶିକ୍ଷଣ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଶିକ୍ଷକ ଭାବେ ସିଟିଜିଏସ୍‌ଟି ବିକାଶ ରଞ୍ଜନ ମହାନ୍ତି ଓ ଜିଲ୍ଲା କୋଷାଗାର ଅଧିକାରୀ ସଂଗ୍ରାମ କେଶରୀ ଦଳେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଆଜି ପ୍ରଶିକ୍ଷଣରେ ଜିଲ୍ଲା ନିମନ୍ତେ ସାଧାରଣ ନିର୍ବାଚନରେ ନିୟୋଜିତ ୦୮ଗୋଟି ଏସ୍‌ଏସ୍‌ଟି ଟିମ୍‌, ୦୨ ଗୋଟି ଭିଏସ୍‌ଟି ଟିମ୍‌,୦୮ଗୋଟି ଏଫଏସ୍‌ଟି ଟିମ୍‌, ୦୨ ଗୋଟି ଭିଭିଟି ଟିମ୍‌ର ନୋଡାଲ୍‌ ଅଧିକାରୀଙ୍କ ସହ ସଦସ୍ୟ ଅଧିକାରୀ, ଏକାଉଣ୍ଟିଂ ଟିମ୍‌ର ଅଧିକାରୀ, ସଦସ୍ୟ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳର ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ, ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ, ଡେପୁଟି ଜିଲ୍ଲାପାଳ, ନିର୍ବାଚନ ଶାଖା ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲ । ସମସ୍ତ ଟିମ୍‌ ବିଜ୍ଞପ୍ତି ପ୍ରକାଶ ଦିନଠାରୁ ଚବିଶ ଘଣ୍ଟିଆ କାର୍ଯ୍ୟକାରି କରିବାକୁ ଥିବାବେଳେ ନିର୍ବାଚନ ଘୋଷଣାଠାରୁ ଜିଲ୍ଲା ନିମନ୍ତେ ଗଠିତ ଫ୍ଲାଇଙ୍ଗ ସ୍କୁୱାର୍ଡ ଚବିଶ ଘଣ୍ଟିଆ କାର୍ଯ୍ୟକାରୀ କରୁଛି ।

jittmm
Leave A Reply

Your email address will not be published.