oom

ସ୍ୱାଧୀନତା କ୍ରିକେଟ୍ କପ୍‌ : ସିଦ୍ଧିବିନାୟକ ଚମ୍ପିଆନ୍‌

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତା କ୍ରିକେଟ୍‌ କପ୍‌ ପକ୍ଷରୁ ଦୁଇ ଦିନ ଧରି ଖୁଜେନପାଲି ପଡ଼ିଆରେ ତୃତୀୟ ସ୍ୱାଧୀନତା କ୍ରିକେଟ୍‌ କପ୍‌ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୬ଟି ଟିମ୍‌ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ଖେଳ ସିଦ୍ଧିବିନାୟକ ଏବଂ ସମଲେଶ୍ୱରୀ ଟାଇଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସିଦ୍ଧିବିନାୟକ ଫାଇନାଲ୍‌ ମ୍ୟାଚ୍‌ରେ ୪ ଓଭର୍‌ରେ ୮୫ ରନ୍‌ ସଂଗ୍ରହ କରିଥିଲେ । ସମଲେଶ୍ୱରୀ ଟାଇଗର୍‌ ଦଳ ୪ ଓଭର୍‌ରେ ୪୦ ରନ୍‌ ସଂଗ୍ରହ କରିଥିଲା । ୪୫ ରନ୍‌ରେ ସିଦ୍ଧିବିନାୟନ ଦଳ ବିଜୟ ହୋଇଛି । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ, ରିକନ୍ ମହାନ୍ତି, ବିଶ୍ୱଭୂଷଣ ଭୋଇ, ବିକାଶ ସା, ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତ ଓ ଉପବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ମ୍ୟାନ୍‌ଅଫଦି ମ୍ୟାଚ୍‌ ଜଗତ ଭୋଇ, ମ୍ୟାନ୍‌ଅଫଦି ସିରିଜ ଆକାଶ ଚନ୍ଦନଙ୍କୁ ଦିଆଯାଇଛି । ପ୍ରତିଯୋଗିତାକୁ ବିଜୟ ମିଶ୍ର ପରିଚାଳନା କରିଥିଲେ । ଏଥିରେ କୁଳମଣି ସୁନା, କୁନାଲ ଖାନ୍, ମହାବୀର ପ୍ରସାଦ, ଅଭିରାମ ମହାନ୍ତି, ସଂଗ୍ରାମ ସାହୁ, ବିକାଶ ବେହେରା, ବିଜ୍ଞାନ ମିଶ୍ର, ମହେନ୍ଦ୍ର ଚନ୍ଦନ, ଆନନ୍ଦ ସାହୁ, ଅଜୁ ସାହୁ, ରିଣ୍ଟୁ ମହାଲିଙ୍ଗ, ଅରବିନ୍ଦ ସିଂହ, ଦାମୋଦର ଷାଣ୍ଡ, ଶୋଭନ ବାରିକ, ରାହୁଲ ଟପୋ, କିରଣ ପାଣ୍ଡେ, ବିଭୂତି ପୋଢ଼, କାହ୍ନା ଖମାରୀଙ୍କ ସମତେ ସମସ୍ତ କମିଟି ସଦସ୍ୟ ସହଯୋଗ କରିଥିଲେ । ।

jittmm
Leave A Reply

Your email address will not be published.