ଆନ୍ଦୋଳନ ବ୍ୟାପକ ହେବ ବୋଲି ସୁରକ୍ଷା ମଂଚର ଘୋଷଣା

ସମ୍ବଲପୁର, (ଦାମୋଦର ପଣ୍ଡା) : ଏନ୍ ଏଲ ସି କମ୍ପାନୀ ପ୍ରତିଶ୍ରୁତି ମୁତାବକ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ଦେଇ ବାହାର ଲୋକଙ୍କୁ ନିଯୁକ୍ତି ଦେଉଥିବା ପ୍ରତିବାଦରେ ସୁରକ୍ଷା ମଞ୍ଚ ତରଫରୁ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ କାମ ବନ୍ଦ ରହିଛି। ରେଙ୍ଗାଲି ନିକଟସ୍ଥ ତଲାବିରା୨ ଓ ୩, କୋଇଲା ଖଣିରେ ନିଯୁକ୍ତି ତଥା ଅନ୍ୟ ଦାବିଗୁଡିକୁ ନେଇ ୨୦୧୯ ଡିସେମ୍ବର ୫ ତାରିଖରେ ଜିଲ୍ଲା ପ୍ରଶାସନ, କମ୍ପାନୀ ଅଧିକାରୀ ଓ କ୍ଷତଗ୍ରସ୍ତଙ୍କର ଏକ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା, ମାତ୍ର କମ୍ପାନୀ କର୍ତ୍ତୁପକ୍ଷ ଦାବି ପୂରଣ କରୁ ନ ଥିବାରୁ ଲୋକେ ଧାରଣାରେ ବସିଛନ୍ତି।
ଦାବୀ ପୂରଣ ନ ହେଲେ ୬ ତାରିଖରୁ ଆନ୍ଦୋଳନ ବ୍ୟାପକ ହେବ ବୋଲି ସୁରକ୍ଷା ମଂଚ ଘୋଷଣା କରିଛି।

Leave A Reply

Your email address will not be published.