p purohi

ଟିକି କାଇଁଚ ପତ୍ରିକାର ଅନଲାଇନ କବିତା ଆସର

dr. purohit

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିରରୁ ପ୍ରକାଶିତ ତ୍ରୈମାସିକ ଶିଶୁ ପତ୍ରିକା ଟିକି କାଇଁଚ ସାହିତ୍ୟ ଅନୁଷ୍ଠାନ ତରଫରୁ ଅନଲାଇନ ମାଧ୍ୟମରେ ଶିଶୁ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଂପାଦକ ଗୋପୀନାଥ ଦଣ୍ଡସେନାଙ୍କ ସଂଯୋଜନାରେ ବିଭିନ୍ନ ଜିଲ୍ଲାରୁ ପାଞ୍ଚଜଣ କବି ଯୋଗଦେଇ ନିଜର ସ୍ଵରଚିତ କବିତା ପାଠ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏକ ଘଣ୍ଟାର ଏହି ସାହିତ୍ୟ କାର୍ୟ୍ୟକ୍ରମରେ ଶିଶୁ କବିତା ସହିତ ଶିଶୁ ସାହିତ୍ୟ ଉପରେ ଆଲୋଚନାଚକ୍ର ମଧ୍ୟ ହୋଇଥିଲା।
ଏଥିରେ କବି କୁଞ୍ଜବିହାରୀ ସାହୁ, କବି ନୀଲମଣି ଚାନ୍ଦ, ସୁମନ୍ତ ମହାରଣା, ରଶ୍ମିରଞ୍ଜନ ସାହୁ ଏବଂ ବୁଦ୍ଧଦେବ ସେଠୀ ପ୍ରମୁଖ ଯୋଗ ଦେଇଥିବାବେଲେ ଟିକି କାଇଁଚର ମୂଖ୍ୟ ସଂପାଦକ ମୀନକେତନ ବାରଲେବଡ଼ିଆ କବିତାଗୁଡିକର ସମୀକ୍ଷା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

nrusinghnath
Leave A Reply

Your email address will not be published.