କୋଭିଡ ନିୟମକୁ ଖୋଲାଖୋଲି ଉଲଂଘନ କଲେ କୋରନା ଯୋଦ୍ଧା

ଆଗଲପୁର, (ଦେବାଶିଷ ପଧାନ) : କେନ୍ଦ୍ରସରକାର ଓ ରାଜ୍ୟସରକାର କୋଭିଡ୧୯ କୁନେଇ ଅନେକ କଟକଣା ଜାରିକରିଛନ୍ତି । ଉଲଂଘନକାରୀଙ୍କ ବିରୁଦ୍ଧରେ ମଧ୍ୟ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । କିନ୍ତୁ ମହାମାରୀ କୋରନାରେ ଯୋଦ୍ଧା ସାଜିଥିବା ସରକାରୀ କର୍ମଚାରୀ ହିଁ ନିୟମ ଭାଙ୍ଗୁଛନ୍ତି । ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କାର୍ୟ୍ୟାଳୟରେ ଜିପିଇଓ ଭକ୍ତବନ୍ଧୁ ବୁଡେକ ଓ ସିଡ଼ିପିଓ ଜ୍ୟୋତିର୍ମୟୀ ନାଏକ ବ୍ଲକ ଅଞ୍ଚଳରେ ଥିବା ସମସ୍ତ ଗ୍ରାମର ଅଙ୍ଗନବାଡି କର୍ମୀ ମାନଙ୍କୁ ଡକାଇ ଭୋଟର ତାଲିକା ସଂଶୋଧନ ସକାଶେ ବୈଠକ କରିଥିଲେ । ଗୋଟିଏ ସ୍ଥାନରେ ଶହ ଶହ ଅଙ୍ଗନବାଡି କର୍ମୀ ଭିଡ ଜମାଇ ଏକାଠି ହୋଇଥିବାର ପରିଲକ୍ଷିତ ହୋଇଥିଲା । କୋରନା ଯୋଦ୍ଧା ସାଜି ନିଜେ ସିଡିପିଓ ଓ ଅଙ୍ଗନବାଡି କର୍ମୀ ଭିଡ ଜମାଇବା କେତଦୂର ଗ୍ରହଣୀୟ ଓ ଯୁକ୍ତିଯୁକ୍ତ ବୋଲି ସଚେତନ ନାଗରିକ ଓ ଜନସାଧାରଣ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.