ପଣ୍ଡରାପାଲିରେ ଗଜବନ୍ଧ କ୍ଲଷ୍ଟରସ୍ତରୀୟ ସୁରଭି

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସ୍ଥିତ ପଣ୍ଡରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନନ୍ଦକିଶୋର ବିଶିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉତ୍ସବକୁ ଅନ୍ଧାରିବାଞ୍ଜି ସରପଞ୍ଚ ତେଜମୟୀ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ମୋ ସ୍କୁଲ ଅଭିଯାନ କମିଟି ସଭାପତି ଭୀମସେନ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟ ବକ୍ତାଭାବେ ଯୋଗଦାନ କରି ସୃଜନଶୀଳତାର ବିକାଶ ପାଇଁ ସୁରଭି କାର୍ଯ୍ୟକ୍ରମର ଭୂମିକା ବିଷୟରେ ଆଲୋଚନା କରିଥିଲେ । ଅନ୍ଧାରିବାଞ୍ଜି ପଂଚାୟତର ପୂର୍ବତନ ସରପଞ୍ଚ ବନମାଳୀ ସା, ଅବସର ପ୍ରାପ୍ତ ଶିକ୍ଷକ ପ୍ରକୃତି ମିତ୍ର ଅନୁପ ଗଡ଼ନାୟକ, ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଞ୍ଚାନନ କମ୍ପ, ପୂର୍ବତନ ପ୍ରଧାନ ଶିକ୍ଷକ ନରେନ୍ଦ୍ର ସାହୁ, ବାଙ୍କୀପାଲି ସିଆରସିସି ହାରାଧନ ବେରିଆ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତା ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ରଚନା ଲିଖନ, ସୃଜନଶୀଳ ଲିଖନ, କୁଇଜ, ବକ୍ତୃତା, ଚିତ୍ରକଳା, ଶିଳ୍ପକଳା, ଗଳ୍ପକଥନ, ଗଣିତ ଦୌଡ଼, ପ୍ରବନ୍ଧ ଲିଖନ, ତର୍କ, ବକ୍ତୃତାରେ ପ୍ରତିଯୋଗିତା ହୋଇଥିଲା । ଶିକ୍ଷକ ସୂର୍ଯ୍ୟଭାନୁ ରାଉତ, କୁଶ ପୁଟେଲ, ବିଶ୍ଵଦେବ ବେରିଆ, ଦିବାକର ବଢ଼େଇ, ଗୋବିନ୍ଦ ସାହୁ, ଗୋକୁଳାନନ୍ଦ ସାହୁ, ନିତାଇ ମଟାରୀ, ଦୁର୍ବାଦଳ ଭୋଇ, ବିଦ୍ୟାଧର ରାଜହଂସ, ସୁରେଶ ସାହୁ, ପ୍ରଶାନ୍ତଜ୍ୟୋତି ପ୍ରଧାନ, କଳାକାହ୍ନୁ ରଣା, ଅଭିରାମ ପରାଭୂଏ, ତୁଳସୀରାମ ଭୋଇ, ପ୍ରସନ୍ନ ତାଣ୍ଡି, ହାରାଧନ ରଣା, ଶିକ୍ଷୟିତ୍ରୀ ଚୁମକି ବିଶି, ଲଳିତା ଭୁଏ, ରଶ୍ମିତା କୁଅଁର, ମାନିନୀ ବାଗ, ପ୍ରମିତା ପଧାନ, ପୁରାତନ ଛାତ୍ର ଆକାଶ ସାହୁ, ସୁଜିତ ଭୁଏ, ଗଙ୍ଗା ଖମାରୀ, ପ୍ରଦୀପ ଖମାରୀ, ପାଣ୍ଡବ ମାଝୀ, କିରଟି ନାଏକ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଛାତ୍ରୀ ଜ୍ୟୋତ୍ସ୍ନାମୟୀ ନାଗ, ସୋନାଲି ବୁଡ଼େକ ଓ ବବଲୀ କୁଅଁର ପରିଚାଳନା କରିଥିବା ବେଳେ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!