ସୁବର୍ଣ୍ଣମାଳା ବିଷୋୟୀଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ବେଶ ସୁପରିଚିତ ଜଣେ ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷୟିତ୍ରୀ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ, ଛାତ୍ରବତ୍ସଳା, ଶିକ୍ଷାବିତ ଜଣେ ମହିଳା ସଂଗଠିକା ସୁଶ୍ରୀ ସୁବର୍ଣ୍ଣମାଳା ବିଷୋୟୀ (୭୨)ଙ୍କର ଆଜି ସକାଳେ ପରଲୋକ ଗମନ କରିଥିବା ଖବର ମିଳିଛି । ସେ ଦୀର୍ଘଦିନ ଧରି କର୍କଟ ରୋଗରେ ଭୁବନେଶ୍ୱର ଏମ୍ସରେ ପୀଡିତ ଥାଇ ଗତକାଲି ମଧ୍ୟରାତ୍ରୀ ୧୨ ଘଣ୍ଟା-୨୪ ମିନଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବିଷୟରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି । ସେ ଛତ୍ରପୁର ଅଞ୍ଚଳର ବିଭିନ୍ନ ଶିକ୍ଷା ସଂଗଠନ ଏବଂ ସାଂସ୍କୃତିକ ସଂଗଠନରେ ସଂଶ୍ଲିଷ୍ଟ ଥିଲେ । ତାଙ୍କ ବିୟୋଗରେ ଏହି ଅଞ୍ଚଳରେ ବିଭିନ୍ନ ମହଲରେ ଏବଂ ସ୍ଥାନୀୟ ବିଦ୍ୟାନିକେତନ, ଶିକ୍ଷକ ସମାଜରେ ଗଭୀରଶୋକର ଛାୟା ଖେଳିଯାଇଛି । ତାହାଙ୍କ ଅନ୍ତେଷ୍ଟିକ୍ରିୟା ଛତ୍ରପୁର ସ୍ଥିତ ପାଲିଆ ଛତ୍ରପୁର ଶ୍ମଶାନ ଠାରେ ସମାହିତ ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.