jayashree

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ମା କ୍ଷୀର ଅମୃତ ସମାନ । ମା’ର କଷକ୍ଷୀର ସନ୍ତାନ ପାଉଁ ସର୍ବୋକୃଷ୍ଟ । ଶିଶୁର ସମସ୍ତ ଆବଶ୍ୟକତାକୁ ପୂରଣ କରିଥାଏ । ତେଣୁ ଉଭୟ ଗର୍ଭବତୀ ଓ ପ୍ରସୂତୀଙ୍କୁ ପରାମର୍ଶ ଓ ଉପାଦେୟତା ବିଷୟରେ ସଚେତନତା ଜରୁରୀ ବୋଲି ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ବାର୍ତ୍ତା ଦିଆଯାଇଛି । ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ୱାର୍ଲଡ଼ ଭିଜନ ଇଣ୍ଡିଆ ସମ୍ବଲପୁର, ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ସମ୍ବଲପୁର ଓ ଆଇସିଡିଏସ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ଆୟୋଜିତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜକଙ୍କ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ସମ୍ବଲପୁର ସହରର ବିଭିନ୍ନ ବସ୍ତି ଅଞ୍ଚଳ ପରିକ୍ରମା କରିଥିଲେ । ଉଭୟ ମା’ ଓ ଶିଶୁ ପାଇଁ ସ୍ତନ୍ୟପାନର ଉପାଦେୟତା ଉପରେ ପରାମର୍ଶ ଦେଇଥିଲେ । ମା’ କଷକ୍ଷୀର ଶିଶୁ ପାଇଁ ସର୍ବୋକୃଷ୍ଟ ହେବା ସହ ରୋଗ ପ୍ରତିଶୋଧକ କ୍ଷମତା ଦେଇଥାଏ । ତେଣୁ ଶିଶୁ ଜନ୍ମ ହେବା ପରେ ପରେ ମା’ କ୍ଷୀର ଦେବା ସହିତ ୬ ମାସ ପର୍ଯ୍ୟନ୍ତ ନିହାତୀ ଦେବା ଜରୁରୀ ବୋଲି ପରାମର୍ଶ ଦେଇଥିଲେ । ସେହିପରି ମା’ ପାଇଁ ମଧ୍ୟ ସ୍ତନ୍ୟପାନର ଯଥେଷ୍ଟ ଉପାଦେୟତା ରହିଥିବା ପ୍ରକାଶ କରିଥିଲେ । ଏଥିରେ ଆୟୋଜକ ସମସ୍ତ ଅନୁଷ୍ଠାନର କର୍ମକର୍ତା ସମେତ ବହୁ ସଂଖ୍ୟାରେ ଗର୍ଭବତୀ, ପ୍ରସୂତୀ ସମେତ ମହିଳା ସାମିଲ ହୋଇଥିଲେ ।

Leave A Reply

Your email address will not be published.