oom

ମନରେଗା ଶ୍ରମ ଦିବସ ସୃଷ୍ଟି କରି ମ. ରାମପୁର ବ୍ଲକରେ ଅଲାତରା ଗ୍ରାମ ପଞ୍ଚାୟତ ପାଇଲା ଶ୍ରେଷ୍ଠ ପୁରସ୍କାର

jsmm

କଳାହାଣ୍ଡି, ( ପି. କେ. ସାହୁ) କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକରେ ମୋଟ ୧୯ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରେ ଅଲାତରା ଗ୍ରାମ ପଞ୍ଚାୟତକୁ ଆର୍ଥିକ ବର୍ଷ ୨୦୨୧-୨୨ ମନରେଗା ଯୋଜନାରେ ପଞ୍ଚାୟତର ୭୭୦ ଗୋଟି ଜବକାର୍ଡ ଥିବା ପରିବାରର ୧୪୭୩ ଜଣଙ୍କ ପାଇଁ ୬୯୩୦୦ ଦିନ ଶ୍ରମ ଦିବସ ସୃଷ୍ଟି କରିଥିବାରୁ ମ. ରାମପୁର ବ୍ଲକ ସଭାଗୃହଠାରେ ବ୍ଲକ ଅଧକ୍ଷ୍ୟା. ମନ୍ଦାକିନୀ ସିଙ୍ଗଦେଓ, ବିଡ଼ିଓ ତଥା ପ୍ରକଳ୍ପ ଅଧିକାରୀ ଉତ୍ତମ କୁମାର ବାଗ, ଏ.ପି.ଓ. ତଥା ସହ ପ୍ରକଳ୍ପ ଅଧକାରୀ ମୋନାଲିସା ସାମଲ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଅଲାତରା ନବ ନିର୍ବାଚିତ ସରପଞ୍ଚ ସସ୍ମିତା ନାଗ ଓ ପଞ୍ଚାୟତ ଅଧିକାରୀ ଗଜେନ୍ଦ୍ର ସାଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥିଲେ । ସେହିପରି ଉକ୍ତ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଲକ୍ଷ୍ମୀକାନ୍ତ ମନହୀରାଙ୍କୁ ଶେଷ୍ଠ (ବେଷ୍ଟ ଜି. ଆର.ଏସ.) ମାନପତ୍ର ଦେଇ ସାମ୍ମାନିତ କରାଯାଇଛି । ପ୍ରକାଶ ଥାଉ କି ଅଲାତରା ଗ୍ରାମ ପଞ୍ଚାୟତରେ ମୋଟ ୧୦୯୮ ଜଣ ଜବକାର୍ଡଧାରୀ ଶ୍ରମିକ ଥିବା ବେଳେ ଆର୍ଥିକ ବର୍ଷ ୨୦୨୧-୨୨ରେ ୨୫୫ ଜଣ ଶ୍ରମିକ ୧୦୦ ଦିନ କାମ କରିଛନ୍ତି ।

jittmm
Leave A Reply

Your email address will not be published.