
ନୂତନ ଶିକ୍ଷାନୀତି ୨୦୨୦କୁ ନେଇ କ୍ରାଏ କଲିକତା ଓ ପଲ୍ଲୀ ଆଲୋକ ପାଠାଗାର ତରଫରୁ କର୍ମଶାଳା : ଭାରତର ଭାରତୀୟତାକୁ ବିଶ୍ୱମୁଖୀ କରିବ ନୂତନ ଶିକ୍ଷାନୀତି

ବଲାଙ୍ଗିର, (କେପିଏନ୍ଏସ୍) : ଗତ ସାତ ଦଶନ୍ଧି ଧରି ଭାରତର ଶିକ୍ଷା ବ୍ୟବସ୍ଥା ଅମଲାତାନ୍ତ୍ରିକତା ଭିତରେ ଅଣନିଶ୍ୱାସୀ ହୋଇ ପଡିଥିଲା । ନୂତନ ଶିକ୍ଷାନୀତି ୨୦୨୦ର ଉପଯୋଗିତା ଆରମ୍ଭ ହେଲେ ଓ ଏହା ସଠିକ ଭାବରେ ଲାଗୁ ହେଲେ ଶିକ୍ଷା କ୍ଷେତ୍ରରେ ଏକ ବୈଶ୍ୱିକ ପରିବର୍ତ୍ତନ ଆସିବ । ଯାହା ଭାରତର ଜ୍ଞାନ, ବୌଦ୍ଧିକତା ଓ ଶ୍ରେଷ୍ଠତାକୁ ବିଶ୍ୱମୁଖୀ କରିବ । ଗତ ତିନି ଦଶନ୍ଧି ଭିତରେ ବାଳିକା ଶିକ୍ଷା ଓ କିଶୋରୀ ବାଳିକା ମାନଙ୍କର ବିଦ୍ୟାଳୟଗତ ସମସ୍ୟା ଯେତେ ଉପସ୍ଥାପିତ, ସେ ସବୁର ସମାଧାନ ଦିଗରେ ସେତେ ଉଦାସିନତା ଲକ୍ଷ କରାଯାଇଛି । ନୂତନ ଶିକ୍ଷାନୀତିରେ କିଶୋରୀ ବାଳିକାମାନଙ୍କ ବିଦ୍ୟାଳୟଗତ ସମସ୍ୟାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଶିକ୍ଷାରେ ଆଂଚଳିକ ଭାଷାର ପ୍ରୟୋଗକୁ ଗୁରୁତ୍ୱ ଦିଆଯାଇଛି । ଭୌଗଳିକ ବିଭେଦତା ଭିତରେ ବି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ମାତୃଭାଷାରେ ଶିକ୍ଷା ଦିଆଯିବା, ଜିଲ୍ଲା ଭିତ୍ତିରେ ଶିକ୍ଷାର ଆଂଚଳିକ ସମସ୍ୟାକୁ ଗୁରୁତ୍ୱର ସହ ସମାଧାନ କରିବା ଓ ୨୦୪୦ ସୁଦ୍ଧା କେନ୍ଦ୍ର ସରକାର ଯେଉଁ ଶିକ୍ଷାନୀତିର ସଫଳତା ଆଶା କରିଛନ୍ତି ତାକୁ ଏକ କେନ୍ଦ୍ରୀଭୁତ ଲକ୍ଷ୍ୟ ନେଇ କାମ କଲେ ହିଁ ନୂଆ ଶିକ୍ଷାନୀତି ଲାଭପ୍ରଦ ହେବ ବୋଲି ନୂତନ ଶିକ୍ଷାନୀତି ୨୦୨୦କୁ ନେଇ କ୍ରାଏ କଲିକତା ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ ତରଫରୁ ଦୁଇଦିନିଆ କର୍ମଶାଳାର ଉଦ୍ଯାପନୀ ଅବସରରେ ଏହି ମତ ପ୍ରକାଶ ପାଇଛି । ଶିଶୁ କଲ୍ୟାଣ ସମିତି ସଦସ୍ୟା ସୁନିତା ତ୍ରିପାଠୀ, ୱାସିଡିଏର ଆନନ୍ଦିନି ରଥ, ପୁର୍ବତନ ଶିଶୁକଲ୍ୟାଣ ସମିତି ଅଧ୍ୟକ୍ଷ, ଇଣ୍ଡିଆନ୍ ଏକ୍ସପ୍ରେସ୍ର ଜିଲ୍ଲା ପ୍ରତିନିଧି ତଥା ସାମାଜିକ କର୍ମୀ ଡ. ସଂଜୟ କୁମାର ମିଶ୍ର, କ୍ରାଏର ସାଧନ କର୍ମୀ ନିରାକାର ବେହେରା, ଅଜୟ ବେହେରା ମଞ୍ଚାସିନ ହୋଇଥିଲେ । ପଲ୍ଲୀ ଆଲୋକ ପାଠାଗାରର କାର୍ଯ୍ୟକ୍ରମ ପରିଚାଳକ ହୀରାଲାଲ ମିଶ୍ର ଶିକ୍ଷାନୀତି ସମ୍ପର୍କରେ ଜନ ସହଯୋଗ ଓ ତୃଣମୁଳ ସ୍ତରରେ ନୀତିନିଷ୍ଠ କାର୍ଯ୍ୟ ଏହାକୁ ସଠିକ ଲାଗିପାରିବ ବୋଲି କର୍ମଶାଳାର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସଭାକୁ ପରି·ଳନା କରିଥିଲେ । ସମାଜର ତଳସ୍ତରରେ ଥିବା ଅସହାୟ ନଷ୍ପେସିତ ଶିଶୁ, ଦାଦନ ପରିବାରର ସ୍ଥାନାନ୍ତରଣ ଶିକାର ହୋଇଥିବା ଶିଶୁ ତଥା ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀ ମାନଙ୍କ ସୂଚନା ସରକାରଙ୍କ ପାଖରେ ରହିବା ଓ ଏମାନଙ୍କ ପାଇଁ ରାଜ୍ୟ ସ୍ତରରେ ଶିକ୍ଷାନୀତି ଲାଗୁ କରିବା ସମୟରେ ଗୁରୁତ୍ୱ ଦେଇ ନୀତି ନିର୍ଦ୍ଧାରଣ କରାଯିବା ଉପରେ ଉପସ୍ଥିତ ସହଭାଗୀ ମାନଙ୍କୁ ନେଇ ମୁକ୍ତ ଆଲୋଚନା ଓ ଦଳଗତ ଆଲୋଚନା କରାଯାଇଥିଲା । ଏହି କର୍ମଶାଳାରେ ସ୍କୁଲ ପରି·ଳନା କମିଟି ସଦସ୍ୟ, ସଦସ୍ୟା, କିଶୋରୀ ବାଳିକା, ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ କର୍ମକର୍ତ୍ତା, ଶିକ୍ଷକ ଓ ବୁଦ୍ଧିଜୀବି ସହଭାଗୀଭାବରେ ଅଂଶ ଗ୍ରହଣ କରିଥିଲେ । ମୁକ୍ତ ଆଲୋଚନା ଓ ଦଳଗତ ଆଲୋଚନାକୁ ପରି·ଳନା କରିଥିଲେ ଅଜୟ କୁମାର ବାଦୀ, ନିରାକାର ବେହେରା । କାର୍ଯ୍ୟକ୍ରମକୁ ପରି·ଳନାରେ ସହଯୋଗିତା କରିଥିଲେ ପ୍ରହ୍ଳାଦ ପ୍ରଧାନ, ଭାଗିରଥି ସାହୁ, ରୋହିତ ମିର୍ଦ୍ଧା, ବିଶ୍ୱାମିତ୍ର ସେଠ୍ । ଶେଷରେ ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।