csstore

ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣରେ ଶିକ୍ଷକ ସଂଘର ଦୃଢ଼ ନିନ୍ଦା

ବୌଦ୍ଧ, (ମମତା ମହାକୁର) : ବଲାଙ୍ଗିର ଜିଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଅଏଁଲାସାରି ଗ୍ରାମର ଶିକ୍ଷକ ଉକାଲୁ ସା ବଲାଙ୍ଗିରରୁ ନିଜ ଗାଁକୁ ଫେରୁଥିବା ବେଳେ କେତେ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ ଏବଂ ଲୁହା ଛଡ଼ରେ ତାଙ୍କୁ ମାଡ଼ମାରି ତାଙ୍କଠାରୁ ଟଙ୍କାପଇସା ଲୁଟି ନେଇ ତାଙ୍କର ହାତ, ଗୋଡ଼ ଭାଙ୍ଗି ଦେଇଛନ୍ତି । ଏଭଳି ସ୍ଥିତିରେ ନିରୀହ ଶିକ୍ଷକ ଶ୍ରୀ ସାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଦୁର୍ବୃତ୍ତ ମାନଙ୍କୁ ପୋଲିସ ଶୀଘ୍ର ଗିରଫ କରୁ ଓ ଆଇନ ଅନୁସାରେ ଦୋଷୀ ଦଣ୍ଡ ପାଉ ବୋଲି ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ମହାସଂଘ ପକ୍ଷରୁ ଦୃଢ଼ ଦାବୀ କରାଯାଇଛି । ରାଜ୍ୟ ସଂଘର ସଭାପତି ଶରତ ନାୟକ, କାର୍ଯ୍ୟକାରୀ ସଭାପତି ଜୟନ୍ତୀଲାଲ ସାହୁ, ମହାସଚିବ ହନେସ ପାତ୍ର ବାଗ, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଖମାରୀ, ଉପସଭାପତି ରାଜୀବ ଲୋଚନ ପ୍ରଧାନ, କୋଷାଧ୍ୟକ୍ଷ ବିଜୟ ମିଶ୍ର, ସୁରେନ୍ଦ୍ର ମଲିକ ପ୍ରମୁଖ ଏକ ଟେଲି କନଫେରନ୍ସି ଜରିଆରେ ଆଲୋଚନା କରି ଦୃଢ଼ ନିନ୍ଦା କରିଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ଦୋଷୀକୁ ଗିରଫ କରାନଗଲେ ସାରା ରାଜ୍ୟରେ ଶିକ୍ଷକମାନେ ଜିଲ୍ଲାର ଏସ୍‌ପି ଅଫିସ ସମ୍ମୁଖରେ ଧାରଣା ଦେବେ ବୋଲି ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ମହାସଂଘର ଗଣମାଧ୍ୟମ ସଂଯୋଜକ ତଥା ବୌଦ୍ଧ ଜିଲ୍ଲା ସଭାପତି ରଂଜୁ ଅମାତ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ।

jayashree
Leave A Reply

Your email address will not be published.