pakka

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଣି ଗିରଫ ହେଲେ ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ

bbehera

ଭବାନୀପାଟଣା, (ହେମନ୍ତ ସାହୁ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଣି ଗିରଫ ହେଲେ ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ ଆଶୁତୋଷ ମିଶ୍ର । ସୂଚନା ଅନୁସାରେ ଗତ ୩ ତାରିଖରେ ପୂର୍ବତନ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଫାଣ୍ଡି ଏଏସ୍‌ଆଇ ମଳୟ ରଣାଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ କଟକ ଭିଜିଲାନ୍ସ ଡାଇରେକ୍ଟର ନିର୍ଦ୍ଦେଶରେ ଏକ ଟିମ ସରକାରୀ ଓକିଲ ଆଶୁତୋଷ ମିଶ୍ରଙ୍କୁ ଗିରଫ କରିଥିଲା । ତେବେ ଗୋଟିଏ ମାମଲାରେ ଜେଲରୁ ମୁକୁଳୁ ମୁକୁଳୁ ପୁଣି ଏକ ଅନ୍ୟ ମାମଲାରେ ଗିରଫ କରିଛି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ । ଆଜି ତାଙ୍କ ମେଡିକାଲ ଯାଞ୍ଚ ପରେ ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟରେ କଟକରୁ ଆସିଥିବା ଭିଜିଲାନ୍ସ ଟିମ ପଚରା ଉଚରା କରୁଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

5 × three =