oom

ସେଞ୍ଚୁରିଅନ ବିଦ୍ୟାଳୟ (ଜେଆଇଟିଏମ)ରେ ଗ୍ରୀଷ୍ମ ଶିବିର ୨୦୨୫-୨୬ ସମାପ୍ତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷାର ମୂଳ ଉଦ୍ଦେଶ୍ୟ ହେଲା ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ କରିବା ଓ ପାଠ୍ୟ ପୁସ୍ତକଗତ ଶିକ୍ଷା ବ୍ୟତୀତ ଆନ୍ୟନ୍ୟ ବିଷୟରେ ମଧ୍ୟ ଛାତ୍ରଛାତ୍ରୀଙ୍କର ଦକ୍ଷତା ବୃଦ୍ଧି କରିବା । ଏହି ଆଭିମୁଖ୍ୟ ନେଇ ସେଞ୍ଚୁରିଅନ ବିଦ୍ୟାଳୟ (ଜେଆଇଟିଏମ)ର କର୍ତ୍ତୁପକ୍ଷ ଗ୍ରୀଷ୍ମ ଶିବିରପରିକଳ୍ପନା କରିଥିଲେ, ଯାହା ଗତ ମେ ୧ ତାରିଖ ଦିନ ସେଞ୍ଚୁରିଅନ ବିଦ୍ୟାଳୟ, ବ୍ଲସମ କନସେପ୍ଟ ସ୍କୁଲ ଓ ଦିଲ୍ଲୀ ପବ୍ଲିକ ସ୍କୁଲ ଏବଂ ହେଲୋ କିଡ଼୍‌ସ୍‌ର ମିଳିତ ଆନୁକୂଲ୍ୟରେ ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ୧୦ ଦିନ ଧରି ଚାଲିଥିଲା । ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ. ପ୍ରଦୀପ ଷଡ଼ଙ୍ଗୀଙ୍କ ଦ୍ୱାରା କାର୍ଯ୍ୟକ୍ରମଟି ଉଦ୍‌ଘାଟିତ ହୋଇଥିଲା । ତାଙ୍କରି ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିବା ସୂଚନା ରହିଛି । ଶିବିରର ଉଦ୍ଦେଶ୍ୟ ଥିଲା ପିଲାମାନଙ୍କୁ ମନୋରଞ୍ଜନ ସହିତ ବିଭିନ୍ନ ପ୍ରକାରର କଳା ଓ କୌଶଳର ଶିକ୍ଷା ଦେବା । ଏହି କ୍ରମରେ ପିଲାମାନଙ୍କୁ ଯୋଗାଭ୍ୟାସ, ନୃତ୍ୟ, ବିଭିନ୍ନ ହସ୍ତକଳା ଓ ଦକ୍ଷତା ପ୍ରଦର୍ଶନର ସୁଯୋଗ ପାଇଁ ସେଞ୍ଚୁରିଅନ ଥିଏଟର, ଏଡଭାନ୍ସ ରୋବୋଟିକ, ଷ୍ଟୋନ ପେନ୍‌ଟିଙ୍ଗ୍‌, ସାଇନ୍ସ ମ୍ୟାଜିକ୍‌ ଅର୍‌ଚେରୀ ଆଣ୍ଡ ସୁଟିଙ୍ଗ୍‌, ସ୍କାଭେନ୍‌ଜର୍‌ ହଣ୍ଟ, ଟାଏ ଡାଇଙ୍ଗ୍‌, କ୍ରାଫ୍ଟ କର୍‌ନର୍‌, ନନ୍‌ ଫ୍ଲେମ୍‌ କୁକିଙ୍ଗ୍‌ ପରି ସୃଜନାତ୍ମକ କଳା ଓ କୌଶଳର ତାଲିମ ପ୍ରଦାନ କରାଯାଇଥିଲା । ଶିବିରରେ ୧୨୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଉତ୍ସବର ପ୍ରାରମ୍ଭରେ ଆଞ୍ଚଳିକ ନିର୍ଦେଶକ ପ୍ରଦୀପ କୁମାର ଷଡ଼ଙ୍ଗୀ ଓ ଅନ୍ୟାନ୍ୟ ଅତିଥିଙ୍କ ଦ୍ୱାରା ଦ୍ୱିପ ପ୍ରଜ୍ୱଳିତ ହୋଇଥିଲା । ଏହା ପରେ ଜାତୀୟ ସ୍ତରରେ ଦାଦା ସାହେବ ଫାଲକେ ପୁରସ୍କାର ପାଇଥିବା ବଲାଙ୍ଗିର ମାଟିର ଦୁଇ ଜଣ ଯୁବ ସଂଗୀତ ନିର୍ଦେଶକ ସାଇଚରଣ ଓ ସଂଗ୍ରାମଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଏମାନେ ଦୁଇ ଜଣ ବିଦ୍ୟାଳୟର ପୂର୍ବତନ ଛାତ୍ର ଥିଲେ । ଏହା ଆମ ଜିଲ୍ଲା ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ । ଏହା ପରେ ତିନି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାମାଜିକ ଓ ସାମ୍ପ୍ରତିକ ସମସ୍ୟାର ବିଷୟ ଉପରେ ପର୍ଯ୍ୟବେଶିତ ଅଭିନବ ନାଟକ ଓ ନୃତ୍ୟ ପରିବେଶିତ ହୋଇଥିଲା । ଏଇ କ୍ରମରେ ପାଞ୍ଚଟି ନାଟକ ଯା’ର ଶୀର୍ଷକ ରହିଥିଲା “ପେରେଣ୍ଟ୍‌ସ୍‌, ରେସ୍‌କ୍ୟୁ ଦ’ ଇନୋସେନ୍ସ, ଫିର୍‌ ସୁବହ ହୋଗି, ପର୍‌ଦେ କେ ପିଛେ କୌନ୍‌ ଓ ସାମ୍ପ୍ରତିକ ସମ୍ବେଦନଶୀଳ ପ୍ରସଙ୍ଗ ପହଲ୍‌ଗାମ୍‌ ଆଟାକ୍‌” ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା । ବିଦ୍ୟାଳୟର ଉତ୍ସବରେ ବିଦ୍ୟାଳୟର (ସିଏଚଏସଇ) ବିଭାଗର ଅଧ୍ୟକ୍ଷ ଡ. ଅନଙ୍ଗ ଉଦୟ ନାୟକ, ଉପାଧ୍ୟାକ୍ଷା ଡ. ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା, ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଉପାଧ୍ୟକ୍ଷା ଡ. ପୁଣ୍ୟତୋୟା ବିଶ୍ୱାଳ, ବ୍ଲସମ କନସେପ୍ଟ ସ୍କୁଲର ଅଧ୍ୟକ୍ଷା ସୁନନ୍ଦିନୀ ଗୁରୁ, ଦିଲ୍ଲୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସଞ୍ଜନା ବାଲି, ହେଲୋ କିଡ଼ସର ଅଧ୍ୟକ୍ଷା ସୋନିକା ତ୍ରିପାଠୀ ଉପସ୍ଥିତ ରହି କର୍ଯ୍ୟକ୍ରମଟିର ସଫଳ ପରିଚାଳନାରେ ସହଯୋଗ କରିଥିଲେ । ଆଜି ଉଦ୍‌ଯାପନୀ ସମାରୋହରେ ୩୦୦ରୁ ଅଧିକ ଅଭିଭାବକ ଓ ଅଭିଭାବିକା ତଥା ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ବିଦ୍ୟାଳୟର ଏପରି ଅଭିନବ ପ୍ରୟାସ, ଯାହା ପାଠ ପଢା ସହିତ କଳା ଓ କୌଶଳର ଶିକ୍ଷାରେ ପିଲାଙ୍କୁ ରୁଦ୍ଧିମନ୍ତ କରୁଛି, ଏହାକୁ ଅଭିଭାବକ ଓ ଅଭିଭାବିକା ମାନେ ଉଚ୍ଚ ପ୍ରଶଂସା କରିଥିଲେ ।

jittmm
Leave A Reply

Your email address will not be published.