ମୁରଲୀ କ୍ରିଷ୍ଣା ଫାଉଣ୍ଡେସନ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳାଠାରେ ମୁରଲୀ କ୍ରିଷ୍ଣା ଫାଉଣ୍ଡେସନ ଦ୍ୱାରା ଏବଂ ଲକ୍ଷୟନ୍ସ କ୍ଲବ ପାଇକମାଲ ଓ ନୃସିଂହ ମେଡିକାଲ ଷ୍ଟୋର ପାଇକମାଲର ମିଳିତ ସହଯୋଗରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ହୋଇଯାଇଛି । ସର୍ବମୋଟ ୬୯୦ ଜଣ ରୋଗୀ ବିଭିନ୍ନ ବିଭାଗରୁ ସ୍ୱାସ୍ଥ ପରୀକ୍ଷା କରିଥିଲେ । ୩୫ ଜଣ ଚକ୍ଷୁ ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ଲାୟନ୍ସ ଚକ୍ଷୁ ଚିକିତ୍ସାଲୟ ବରଗଡ଼କୁ ନିଆଯାଇଛି । ସ୍ୱାସ୍ଥ୍ୟ ଚିକିତ୍ସା ଆରମ୍ଭ ପୂର୍ବରୁ ସ୍ୱାସ୍ଥ୍ୟ ଶିବିରକୁ ମୁରଲୀ କ୍ରିଷ୍ଣା ଫାଉଣ୍ଡେସନର ଅଧ୍ୟକ୍ଷ ଡି. ମୁରଲୀ କ୍ରିଷ୍ଣା ଫିତାକାଟି ଉଦ୍‌ଘାଟନ କରିଥିଲେ । ସ୍ୱାସ୍ଥ୍ୟ ସଚେତନତା ସଭା ଅନୁଷ୍ଠିତ ହୋଇ ଏହି ସଭାରେ ସଭାପତିତ୍ୱ କରିଥିଲେ ଲାୟନ୍ସ କ୍ଲବର ସଭାପତି ଗୋବର୍ଦ୍ଧନ ଅଗ୍ରୱାଲ, ମୁଖ୍ୟ ଅତିଥି ଡ଼. ମୁରଲୀ କ୍ରିଷ୍ଣା, ସମ୍ମାନିତ ଅଥିତି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଡ଼. ସଂକେତ ମିଶ୍ର, ଡ଼. ରାଜୀବ ଲୋଚନ ପଟ୍ଟନାୟକ, ଦନାର୍ଦ୍ଦନ ପଣ୍ଡା ମୁଖ୍ୟ ବକ୍ତା ଥିଲେ ପାଇକମାଳ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦ୍ୱାଦଶ ପ୍ରଧାନ । ସଭା ପରିଚାଳନା କରିଥିଲେ ବିନ୍ଧ୍ୟବାସିନୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ୟାମାଲାଲ ପ୍ରଧାନ । ଧନ୍ୟବାଦ ଅର୍ପଣ କରିଥିଲେ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା । ସହଯୋଗ କରିଥିଲେ ଲୟନ୍ସ କ୍ଲବ ସଦସ୍ୟ ସୁନ୍ଦରମଣୀ ନାୟକ, ନନ୍ଦଲାଲ ନାୟକ, ମିନିକେତନ ବେହେରା, ଆନନ୍ଦ ଅଗ୍ରୱାଲ, ନଳିନୀ ଥପା, ବେଦବ୍ୟାସ ସାହୁ, ଅଲେଖ ସାହୁ, ଯୋଗେଶ୍ୱର ସାହୁ, କିଶୋର ବାରିକ, ଡ଼. ଦୟାଗୋପାଳ ତ୍ରିପାଠୀ, ମହମ୍ମଦ ଇଜାଜ, କୀର୍ତ୍ତନ ସୋନି, ଡ଼. ଲମ୍ବୋଦର ପଣ୍ଡା ।

Leave A Reply

Your email address will not be published.