ଜିଲ୍ଲାର ସମସ୍ତ ମମତା ଦିବସରେ ଏଚ୍‌ଆଇଭି ଓ ସିଫିଲିସ୍‌ କମ୍ବୋ କିଟ୍‌ରେ ପରୀକ୍ଷାର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ମମତା ଦିବସରେ ଏଚ୍‌ଆଇଭି ଓ ସିଫିଲିସ୍‌ କମ୍ବୋ କିଟ୍‌ରେ ପରୀକ୍ଷାର ଶୁଭାରମ୍ଭ ସ୍ଥାନୀୟ ଶାସ୍ତ୍ରୀନଗର ସ୍ଥିତ ଇୟୁପିଏଚ୍‌ସିରେ ଆସନ୍ତା ୧ ତାରିଖ ପୂର୍ବାହ୍ନ ୧୦ଟା ୩୦ମି.ରେ ହେବ । ଶିଶୁକୁ ଏଚ୍‌ଆଇଭି ଓ ସିଫିଲିସ୍‌ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଏହା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଳିଷ୍ଠ ପଦକ୍ଷେପ ବୋଲି କୁହାଯାଇଛି । ପ୍ରଦତ୍ତ ସୂଚନାରେ କୁହାଯାଇଛି ଯେ, ସମସ୍ତ ଗର୍ଭବତୀ ମହିଳାମାନଙ୍କ ମାଗଣାରେ ଏଚ୍‌ଆଇଭି ଓ ସିଫିଲିସ୍‌ର ପରୀକ୍ଷା ମମତା ଦିବସରେ ଉପଲବ୍ଧ ହେବ । ସିଫିଲିସ୍‌ ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ସମସ୍ତ ସରକାରୀ ଚିକିତ୍ସାଳୟରେ ଚିକିତ୍ସାର ସୁବିଧା ରହିଥିବା ବେଳେ ଏଚ୍‌ଆଇଭି ସଂକ୍ରମିତଙ୍କ ପାଇଁ ଏଆର୍‌ଟି କେନ୍ଦ୍ରରେ ଚିକିତ୍ସା ସୁବିଧା ରହିଛି । ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଗର୍ଭବତୀ ମହିଳାଙ୍କର ଗର୍ଭଧାରଣର ପ୍ରଥମ ତିନିମାସ ମଧ୍ୟରେ ଏଚ୍‌ଆଇଭି ଓ ସିଫିଲିସ୍‌ ପରୀକ୍ଷା କରିନେବା ପାଇଁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.