କଟକ : ବହୁ ପ୍ରତୀକ୍ଷିତ ଅଯୋଧ୍ୟାରେ ମର୍ୟ୍ୟାଦା ପୁରୁଷ ଶ୍ରୀରାମଙ୍କ ଭବ୍ୟମନ୍ଦିର ନିର୍ମାଣାର୍ଥେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମଗ୍ର ଭାରତବର୍ଷରେ ନିଧି ସଂଗ୍ରହ ମହାଅଭିଯାନ ଶୁଭାରମ୍ଭ ପରିପ୍ରେକ୍ଷୀରେ କଟକ ସଦର ଉପକଣ୍ଠ ବୟାଳିଶ ମୌଜ଼ାର ଛଅ ଗୋଟି ପଂଚାୟତରେ ନିଧି ସଂଗ୍ରହ ଓ ସମ୍ପର୍କ ଅଭିଯାନ ଶୁଭାରମ୍ଭ ହୋଇଅଛି । ସର୍ବ ପ୍ରଥମେ ବ୍ରହ୍ମପୁର ପଂଚାୟତର ଶ୍ରୀରାମ ଭୀମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସମସ୍ତ ଶ୍ରଦ୍ଧାଳୁ ଗ୍ରାମବାସୀ ଓ ସଂକୀର୍ତ୍ତନ ମଣ୍ଡଳୀ ବର୍ଗ ନିଧି ସଂଗ୍ରହ କରିଥିବା ବେଳେ ସର୍ବ ପ୍ରଥମେ ଗ୍ରାମର ବିଦ୍ୱାନ ପଣ୍ଡିତ ଜଗନ୍ନାଥ ଆଚାର୍ୟ୍ୟ ଏକ ହଜାର ମୁଦ୍ରାର ନିଧି ସମର୍ପଣ କରିଥିଲେ । ଏହି ମହତ ଧାର୍ମିକ କାର୍ୟ୍ୟରେ ରାଜକିଶୋର ଦାଶ, ସତ୍ୟନାରାୟଣ ମିଶ୍ର, ଦୀପକ ଆଚାର୍ୟ୍ୟ, ତାପସ ଆଚାର୍ୟ୍ୟ, ସୁବ୍ରତ ପଣ୍ଡା, ଭବାନୀ ଶଙ୍କର କର, ପୃଥ୍ୱୀରାଜ ପଣ୍ଡା, ଆନନ୍ଦ ବେହେରା, ନିରଂଜନ ଆଚାର୍ୟ୍ୟ, ବଳରାମ ଦୀକ୍ଷିତ, ପ୍ରଶାନ୍ତ ସାହୁ, କରୁଣା ଦାଶ, ଜିତୁନା ଦାଶ, ପ୍ରସନ୍ନ ଗୋଛାୟତ, ଶଙ୍କର ବେହେରା, ଶିବା ଦାଶ, ସ୍ୱାଧୀନ ଦେବତା ପ୍ରମୁଖ ଶ୍ରଦ୍ଧାଳୁ ନିଧି ପ୍ରଦାନ କରିଥିଲେ ।