
ରେଢ଼ାଖୋଲ : ଚାରମାଲ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୧୫ ହଜାର ଟଙ୍କାରେ ଶିଶୁକନ୍ୟାକୁ ବିକ୍ରି କରାଯାଇଥିବା ଚାରମାଲ ଚାଇଲ୍ଡ ଲାଇନ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ଥାନା ପକ୍ଷରୁ ଉକ୍ତ ଶିଶୁଟିକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । କୁହାଯାଇଛି ଯେ, ଚାରମାଲ ଥାନା ଅନ୍ତର୍ଗତ କେଉଁଟିବାହାଲି ଗାଁର ବାପାମା’ ତାଙ୍କର ମାସେ ସାତ ଦିନର ଶିଶୁକନ୍ୟାକୁ କୁଶାପାଲି ଗ୍ରାମର ଜଣେ ଲୋକଙ୍କଠାରେ ପନ୍ଦର ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁ କରିବା ସହ ଶିଶୁକନ୍ୟାକୁ ଉଦ୍ଧାର କରିଥିବା ଜଣାପଡ଼ିଛି । ଶିଶୁକନ୍ୟାକୁ କିଣିଥିବା କୁଶାପାଲି ଗ୍ରାମର ଲଳିତ ପ୍ରଧାନଙ୍କୁ ଥାନାକୁ ଆଣି ପୋଲିସ ଅଧିକ ତଦନ୍ତ କରୁଥିବା କୁହାଯାଇଛି ।