ଶିଖରମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ଓଡ଼ିଶାରେ ୩୯୯୧ ପଜିଟିଭ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏବେ ଶିଖରମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଓଡ଼ିଶାରେ ୩୯୯୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୩୧୫ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶୀକାର ହୋଇଛନ୍ତି ୧୬୭୬ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୧୪, ବାଲେଶ୍ୱରରୁ ୭୪, ବରଗଡ଼ରୁ ୧୬୯, ଭଦ୍ରକରୁ ୮୨, ବଲାଙ୍ଗିରରୁ ୧୮୦, ବୌଦ୍ଧରୁ ୪୧, କଟକରୁ ୩୯୨, ଦେବଗଡ଼ାରୁ ୧୮, ଢେଙ୍କାନାଳରୁ ୧୦୧, ଗଜପତିରୁ ୧୮, ଗଂଜାମରୁ ୯୫, ଜଗତସିଂହପୁରରୁ ୧୦୯, ଯାଜପୁରରୁ ୧୪୮, ଝାରସୁଗୁଡ଼ାରୁ ୪୯, କଳାହାଣ୍ଡିରୁ ୭୪, କନ୍ଧମାଳରୁ ୫୭, କେନ୍ଦ୍ରାପଡ଼ାରୁ ୧୪୭, କେଉଁଝରରୁ ୮୧, ଖୋର୍ଦ୍ଧାରୁ ୬୮୭, କୋରାପୁଟରୁ ୧୨୭, ମାଲକାନଗିରିରୁ ୧୯, ମୟୁରଭଂଜରୁ ୧୬୦, ନବରଙ୍ଗପୁରରୁ ୧୨୫, ନୟାଗଡ଼ରୁ ୪୮, ନୂଆପଡ଼ାରୁ ୯୬, ପୁରୀରୁ ୩୩୨, ରାୟଗଡ଼ାରୁ ୫୮, ସମ୍ବଲପୁରରୁ ୧୦୪, ସୋନପୁରରୁ ୭୪, ସୁନ୍ଦରଗଡ଼ରୁ ୯୮, ଷ୍ଟେଟ୍‌ ପୁଲ୍‌ ୧୧୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୧୩୯୧୨୧ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୫୨୯୫ ଜଣ ସୁସ୍ଥ ହୋଇ ଫେରିଥିବା କୁହାଯାଇଛି ।

jittmm
Leave A Reply

Your email address will not be published.