oom

ପାଇକମାଲ ବ୍ଲକ ସ୍ତରୀୟ ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ତାଲିମ ଶିବିର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲା ଶିଶୁ ଅଧିକାର ସମିତି ବରଗଡ ଦ୍ୱାରା ପାଇକମାଲ ବ୍ଲକ ସଭା ଗୃହରେ ଶିଶୁ ଅଧିକାର ଓ ସୁରକ୍ଷା ଉପରେ ଏକ ତାଲିମ ଶିବିର ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାଫ ମହମ୍ମଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମହାଦେବ ବେହେରା ତାଲିମ ପ୍ରଦାନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଏବିଡିଓ ଭୀଷ୍ମଦେବ ମାଝୀ, ପାଇକମାଲ ସିଡିପିଓ ସନ୍ତୋଷିନୀ ଗିରି, ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜନକଲାଲ ମେହେରଙ୍କ ସମେତ ଅଙ୍ଗନୱାଡି ସୁପର ଭାଇଜର, ଅଙ୍ଗନୱାଡି କର୍ମୀ, ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ସମିତିର ସଦସ୍ୟ ସଦସ୍ୟା, ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଯୋଗଦାନ କରି ତାଲିମ ନେବା ସହ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ଜିଲ୍ଳା ଶିଶୁ ସୁରକ୍ଷା ସମିତିରୁ ସୁରେନ୍ଦ୍ର ଦାଶ, ଜୟନ୍ତୀ ହିଆଲ, ଚାଇଲଡ ଲାଇନର ଅଙ୍କିତା ନାହାକ, ଆଜକାର ସନ୍ତୋଷିନୀ, ଶିଶୁ ଅଧିକାର ସୁରକ୍ଷା, ବାଳ୍ୟ ବିବାହ, ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପାଇକମାଲ ସରପଞ୍ଚ ଧବଳେଶ୍ଵର ସାହୁ ଗ୍ରାମ ପଞ୍ଚାୟତ ସ୍ତରରେ କମିଟୀକୁ ସୁଦୃଢ କରି ଶିଶୁମାନଙ୍କ ଅଧିକାର ଓ ସୁରକ୍ଷା ଗୁରୁତ୍ୱ ଦେବା ପାଇଁ ଆ‌ହ୍ୱାନ ଜଣାଇଥିଲେ । ଏହି ତାଲିମକୁ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ବବିତା ରାଉତ ପରିଚାଳନା ଓ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.