ଶିବତଲାରେ ନୂଆ-ଓ ‘ଯୁବ ଓଡ଼ିଶା-ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଉଦ୍‌ଯାପିତ

  • ଛାତ୍ରଛାତ୍ରୀମାନେ ରାଷ୍ଟ୍ରଗଠନରେ ସହାୟକ ହୁଅ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ସହ କ୍ରୀଡ଼ା, ସାମାଜିକ, ସାଂସ୍କୃତିକ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ଏଥିପାଇଁ ସବୁସ୍ତରରୁ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ତେଣୁ ଛାତ୍ରଛାତ୍ରୀମାନେ ଉତ୍ତମ ଚରିତ୍ର ଗଠନ ସହ ନିଜର ସାମଗ୍ରିକ ବିକାଶ କରି ରାଷ୍ଟ୍ରଗଠନରେ ସହାୟକ ହୁଅନ୍ତୁ ବୋଲି ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଶିବତଲାଠାରେ ଆୟୋଜିତ ୬ଦିନ ବ୍ୟାପି ନୂଆ-ଓ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦ୍‌ଯାପନୀ ସଭାରେ ମତବ୍ୟକ୍ତ କରିଛନ୍ତି । ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶିବତଲାଠାରେ ଆୟୋଜିତ ୬ଦିନ ବ୍ୟାପି ନୂଆ-ଓ ‘ଯୁବ ଓଡ଼ିଶା-ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଛି । ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କୃପାସିନ୍ଧୁ ଯୋଷୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ସଭାରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟଅତିଥି, ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଏବଂ ପୁର୍ବତନ ବ୍ଲକ ଅଧ୍ୟକ୍ଷ ଗୋଳାପ ବାଗ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ସଭା ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀଗଣ ପ୍ରାରମ୍ଭିକ ସଂଗୀତ ଓ ପରେ ଦଳଗତ ଲୋକନୃତ୍ୟ ପରିବେଷଣ କରିଥିଲେ । ସଭାକାର୍ଯ୍ୟ ପରେ ମଂଚାସୀନ ଅତିଥିଗଣ ବିଭିନ୍ନ ଦିବସରେ ଅନୁଷ୍ଠିତ ଏକାଧିକ କ୍ରୀଡ଼ା ପ୍ରତିଯୋଗିତା ସହ ଓଡ଼ିଆ ପ୍ରବନ୍ଧ, ବକୃତା, କ୍ୱିଜ୍‌, ନୃତ୍ୟ, ଗୀତ, ର‍୍ୟାମ୍ପସୋ୍‌ରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ଟ୍ରଫି୍‌ ପ୍ରଦାନ କରିଥିଲେ । ଏହା ସହ କ୍ରୀଡ଼ା ପ୍ରତିଯୋଗିତାରେ ଉଲ୍ଲେଖନୀୟ କୃତି ପାଇଁ ସୁମନ୍ତ ଧରୁଆ, ପ୍ରଣତୀ ଦନ୍ତା ଓ ନମିତା ରଣାଙ୍କୁ ଚାମ୍ପିଆନ ଟ୍ରଫି ପ୍ରଦାନ କରାଯାଇଥିଲା । ଆଜିର ଉଦ୍‌ଯାପନୀ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଉଦ୍‌ଘାଟନୀ ସଭାକୁ କାର୍ଯ୍ୟକ୍ରମର ନୋଡ଼ାଲ ଅଫିସର ତଥା ଅଧ୍ୟାପକ ବିକାଶ ରଂଜନ ଜେନା ସଂଯୋଜନା ଓ ପରିଚାଳନା କରିଥିବା ବେଳେ ଅଧ୍ୟାପକ ବୀରେନ୍ଦ୍ର ଗଡ଼ୁଆ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଏବଂ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.