oom

ଅର୍କେଶ ଓ ଲକ୍ଷ୍ମଣଙ୍କୁ ଧରି ଭୀମଡୁଙ୍ଗୁରୀ ପରିଦର୍ଶନ କଲେ ରାଜ୍ୟ ପର୍ଯ୍ୟଟନମନ୍ତ୍ରୀ : ସରକାର ଦେଇଥିବା ୭କୋଟି ଟଙ୍କା ଅନୁଦାନର ସଠିକ୍‌ ବିନିଯୋଗ ନେଇ ସ୍ଥାନୀୟଲୋକଙ୍କ ସହ ଆଲୋଚନା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାକୁ ରାଜ୍ୟ ଅବକାରୀ, ପର୍ଯ୍ୟଟନ ଓ ଭାଷାସାହିତ୍ୟ ବିଭାଗର ମନ୍ତ୍ରୀ ଅଶ୍ୱିନୀକୁମାର ପାତ୍ରଙ୍କ ଦିନିକିଆ ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ସେ ଆଜି ପ୍ରଥମେ ବଲାଙ୍ଗିର ସହରର ସମଲେଶ୍ୱରୀ ଓ ପାଟଣେଶ୍ୱରୀ ମନ୍ଦିର ପରିଦର୍ଶନ ପରେ ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀକୁ ପରିଦର୍ଶନ କରିଥିଲେ । ସେ ବିଜେଡିର ଯୁବନେତା ଅର୍କେଶନାରାୟଣ ସିଂଦେଓ ଓ ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେରଙ୍କ ସାଙ୍ଗରେ ଭୀମପାହାଡ ପର୍ଯ୍ୟଟନସ୍ଥଳୀର ପରିଦର୍ଶନ କରିବା ସହିତ ଏହାର ବିକାଶ ପାଇଁ ରାଜ୍ୟସରକାର ଦେଇଥିବା ୭କୋଟି ଟଙ୍କାର ଅନୁଦାନର କିଭଳି ସଠିକ ବିନିଯୋଗ ହୋଇପାରିବ ସେନେଇ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଏଠାରେ ମନ୍ତ୍ରୀ ଶ୍ରୀ ପାତ୍ର ଓ ତାଙ୍କ ଧର୍ମପତ୍ନୀ ଓ ଯୁବନେତା ଅର୍କେଶନାରାୟଣ ସିଂଦେଓଙ୍କୁ ସ୍ଥାନୀୟ ମକୁନ୍ଦପୁର ସରପଞ୍ଚ ଜାନକୀ ସାହୁ, ଉପରଝର ସରପଞ୍ଚ ଯଶୋବନ୍ତି ନାଏକ, ଭୀମପାହାଡ ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାର, ମକୁନ୍ଦପୁର ସମିତିସଭ୍ୟ ଅଭିମନ୍ୟୁ ମାଝୀ ଓ ଶତାଧିକ ପୁରୁଷ ମହିଳା ଭବ୍ୟ ସ୍ୱାଗତ କରିଥିଲେ । ପରେ ଏଠାରେ ସ୍ୱୟଂସହାୟିକା ଗୋଷ୍ଠୀ ପକ୍ଷରୁ ପରିଚାଳିତ କେଫେକୁ ପରଦର୍ଶନ କରି ମହିଳାଙ୍କ ସହିତ ଆଲୋଚନା କରିଥିଲେ । ଏହା ସହିତ ଶିଶୁ ଉଦ୍ୟାନ, ଭୀମକଟାରେ ଚାଲିଥିବା ବୋଟିଂ ଇତ୍ୟାଦି ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ । ଏହାପରେ ଆଦିବାସୀଙ୍କ ଦେବତା ଭୀମାବୁଢାକୁ ମଧ୍ୟ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ପର୍ଯ୍ୟଟନ ବିଭାଗ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଦେଇଥିବା ୭କୋଟି ଟଙ୍କାରେ କିଭଳି ଆହୁରି ବିକାଶ କାମ ହୋଇପାରିବ ସେନେଇ ସେ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ, ସ୍ୱୟଂସହାୟିକା ଗୋଷ୍ଠୀ, ଭୀମପାହାଡ ମହୋତ୍ସବ କମିଟି, ଗିରିଗୋବର୍ଦ୍ଧନ ପୂଜା କମିଟି ଓ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଲୋଚନାରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସହ ଯୁବନେତା ଅର୍କେଶନାରାୟଣ ସିଂଦେଓ, ଲକ୍ଷ୍ମଣକୁମାର ମେହେର, ଦେଓଗାଁ ବିଜେଡି ସଭାପତି ସୁଶୀଲ ଚାନ୍ଦ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଆର୍‌.କେ.ଦଳାଇ, ଜଙ୍ଗଲବିଭାଗର ବଲାଙ୍ଗିର ରେଞ୍ଜର୍‌ ନବୀନ ପଣ୍ଡା, ଡେପୁଟି ରେଞ୍ଜର୍‌ କେଶବ କିଶୋର ନାୟକ, ଫରେଷ୍ଟର୍‌ ଜେନା ରାଉତ, ମକୁନ୍ଦପୁର ସରପଞ୍ଚ ଜାନକୀ ସାହୁ, ସମିତିସଭ୍ୟ ଅଭିମନ୍ୟୁ ମାଝୀ, ଉପରଝର ସରପଞ୍ଚ ଯଶୋବନ୍ତି ନାଏକ, ଭୀମପାହାଡ ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାର, ସଂପାଦକ ଗୋବର୍ଦ୍ଧନ ସାହୁ, ସୁଦାମ ପଧାନ, ବୁଲୁ ବେହେରାଙ୍କ ସମେତ ୩ଶହ ପୁରୁଷ ମହିଳା ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.