ରାଜ୍ୟଗୁଡ଼ିକୁ ଟିକସ ହସ୍ତାନ୍ତର କିସ୍ତି ବାବଦରେ ୧,୩୯,୭୫୦ କୋଟି ଟଙ୍କା ଦେଲେ କେନ୍ଦ୍ର ସରକାର

  • ଟିକସ ହସ୍ତାନ୍ତର ବାବଦରେ ଓଡ଼ିଶାକୁ ମିଳିବ ୬୩୨୭ କୋଟି ୯୨ ଲକ୍ଷ ଟଙ୍କା
  • ଆଜିର କିସ୍ତିକୁ ମିଶାଇ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨୦୨୪ ଜୁନ୍ ୧୦ ତାରିଖ ସୁଦ୍ଧା ରାଜ୍ୟଗୁଡ଼ିକୁ ମୋଟ ୨,୭୯,୫୦୦ କୋଟି ଟଙ୍କା ହସ୍ତାନ୍ତର

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଟିକସ ହସ୍ତାନ୍ତର କିସ୍ତି ବାବଦକୁ ଚଳିତ ମାସ ମୋଟ୍ ୧,୩୯,୭୫୦ କୋଟି ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ୨୦୨୪ ଜୁନ୍ ମାସର ନିୟମିତ ବିତରଣ ରାଶି ପ୍ରଦାନ ବ୍ୟତୀତ ଗୋଟିଏ ଅତିରିକ୍ତ କିସ୍ତି ପ୍ରଦାନ କରାଯିବ । ଏହା ଦ୍ୱାରା ରାଜ୍ୟ ସରକାରମାନେ ବିକାଶ ଏବଂ ପୁଞ୍ଜି ବ୍ୟୟକୁ ତ୍ୱରାନ୍ୱିତ କରିପାରିବେ । ଟିକସ ହସ୍ତାନ୍ତର ବାବଦରେ ଓଡ଼ିଶାକୁ ୬୩୨୭ କୋଟି ୯୨ ଲକ୍ଷ ଟଙ୍କା ମିଳିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ୨୦୨୪-୨୫ ଅନ୍ତରୀଣ ବଜେଟରେ ରାଜ୍ୟଗୁଡ଼ିକୁ ଟିକସ ହସ୍ତାନ୍ତର ବାବଦରେ ୧୨,୧୯,୭୮୩ କୋଟି ଟଙ୍କା ପ୍ରଦାନ କରିବା ଲାଗି ବ୍ୟବସ୍ଥା ରହିଛି । ଏହି କିସ୍ତି ଜାରି ହେବା ସହିତ ୧୦ ଜୁନ୍ ୨୦୨୪ ସୁଦ୍ଧା ରାଜ୍ୟଗୁଡ଼ିକୁ (୨୦୨୪-୨୫ ଆର୍ଥିକ ବର୍ଷ ପାଇଁ) ମୋଟ ୨,୭୯,୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.