ସର୍ବଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ ଭାବେ ସମ୍ମାନିତ ହେଲେ ମଞ୍ଜୁଲତା ନାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁପାଲି କେନ୍ଦ୍ରର ଶ୍ରୀମତୀ ମଞ୍ଜୁଲତା ନାୟକ ତାଙ୍କର ନିଷ୍ଠାପର ଭାବେ ଭାଲୁପାଲି ଗ୍ରାମରେ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ବିଭିନ୍ନ ଜନହିତକର ସେବା ଯୋଗାଇ ଦେଇ ଆସୁଛନ୍ତି । ବିଶେଷ କରି କରୋନା ମହାମାରୀ ସମୟରେ ନିର୍ଭୟରେ ନିଜ ଅଞ୍ଚଳରେ ସାଧାରଣ ଜନତାଙ୍କ ସେବା ତଥା ସଚେତନତା ଉପରେ ସର୍ବଦା ତତ୍ପର ଥିଲେ । ତାଙ୍କର ଏହି ନିଃସ୍ଵାର୍ଥ ସେବା ଯୋଗାଇଦେବା ଯୋଗୁଁ ଗତକାଲି ବଲାଙ୍ଗିର ଜିଲ୍ଲାର ସର୍ବଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ ଭାବେ ତାଙ୍କୁ ସମ୍ମାନିତ କରାଯାଇଛି ।

Leave A Reply

Your email address will not be published.