oom

ପ୍ରେମଚାନ୍ଦ ପୃଷ୍ଟିଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ

jsmm

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ସ୍ୱାମ ଛକରୁ ଖମୁଆଁ ଗ୍ରାମ ପର୍ଯ୍ୟନ୍ତ ୯ କିମି ରାସ୍ତାର ଉଭୟ ପାର୍ଶ୍ଵରେ ଦୀର୍ଘସ୍ଥାୟୀ ଚାରା ରୋପଣ କରିବା ସହ ଏହାର ବାଡ ବୁଜି ରକ୍ଷଣାବେକ୍ଷଣ ଦାଇତ୍ୱ ନେଇଥିବା ଖମୁଆଁ ଗ୍ରାମର ଯୁବ ପରିବେଶ ପ୍ରେମୀ ପ୍ରେମଚାନ୍ଦ ପୃଷ୍ଟି ଓରଫ କାମୁଲ ପୃଷ୍ଟିଙ୍କୁ ଚଳିତ ବର୍ଷ ପାଟଣା ବ୍ଲକ ଅଞ୍ଚଳ ପାଇଁ ପ୍ରକୃତି ବନ୍ଧୁ ପୁରସ୍କାର ମିଳିଛି । ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ସମ୍ମାନ ବାବଦକୁ ଏକ ପ୍ରଶସ୍ତି ପତ୍ର ଓ ଦଶ ହଜାର ଟଙ୍କାର ଚେକ ରାଶି ପ୍ରଦାନ କରାଯାଇଛି । ଅସୁସ୍ଥତା କାରଣରୁ ଜିଲ୍ଲାସ୍ତରୀୟ ଉତ୍ସବରେ ଯୋଗ ଦେଇ ପାରିନଥିବା ଶ୍ରୀ ପୃଷ୍ଟିଙ୍କୁ ଆଜି ପାଟଣା ବନବିଭାଗ କାର୍ଯ୍ୟାଳୟରେ ବନାଞ୍ଚଳ ଅଧିକାରୀ ଘାସିନାଥ ପାତ୍ର, ପୂର୍ବ ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତ, ବନପାଳ ଚିତ୍ତରଞ୍ଜନ ପରିଡ଼ା ଓ ବନରକ୍ଷା ତପସ୍ୱିନୀ ନାଏକଙ୍କ ଉପସ୍ଥିତିରେ ବନମହୋତ୍ସବ ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଛି ।

jittmm
Leave A Reply

Your email address will not be published.