om academy

ଛତ୍ରପୁର କଳାବିକାଶ କେନ୍ଦ୍ରର ନୃତ୍ୟାଶିଳ୍ପୀଙ୍କୁ ବିମୁଗ୍ଧ ସମ୍ମାନ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ଦ୍ୱିତୀୟ କଳାବିକାଶ କେନ୍ଦ୍ର ଛତ୍ରପୁରର ବରିଷ୍ଠ/କନିଷ୍ଠ ନୃତ୍ୟାଶିଳ୍ପୀଙ୍କୁ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ଏକ ସମାରୋହରେ ବିମୁଗ୍ଧ ସମ୍ମାନରେ ସମ୍ମାନିତ କରାଯାଇଛି । ବରିଷ୍ଠ ଗୃପ୍‌ରେ ନୃତ୍ୟାଙ୍ଗନା ଅଙ୍କିତା ପ୍ରିୟଦର୍ଶିନୀଙ୍କ ନେତ୍ତୃତ୍ୱରେ ୨୯ ଜଣ, ଜୁନିୟର ଗୃପ୍‌ରେ ଛବିନା ଶୁଭଦର୍ଶିନୀଙ୍କ ନେତ୍ତୃତ୍ୱରେ ୨୫ଜଣ ଏବଂ ସବ୍-ଜୁନିୟର ଗୃପ୍‌ରେ ଅଶ୍ଲେଷା ପାତ୍ରଙ୍କ ନେତ୍ତୃତ୍ୱରେ ୨୩ ଜଣ ନୃତ୍ୟପ୍ରଦର୍ଶନ କରି ଛତ୍ରପୁର କଳାବିକାଶ କେନ୍ଦ୍ର ତୃତୀୟ ସ୍ଥାନରେ ବିମୁଗ୍ଧ ସମ୍ମାନରେ ସମ୍ମାନିତ ହୋଇ ଗୌରବ ହାସଲ କରିଛନ୍ତି । ଅନୁଷ୍ଠାନର ବରିଷ୍ଠ ଓଡ଼ିଶୀ ନୃତ୍ୟ ବିଶାରଦ ଗୁରୁ ଅଳକା ସାହୁଙ୍କୁ ବିଭିନ୍ନ ମହଲରେ ସାଧୁବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.