om academy

ନବନିର୍ବାଚିତ ବୌଦ୍ଧ ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

jsm

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ବିଜେପି ଦଳର ସାଂସଦ ଓ ବିଧାୟକ ନିର୍ବାଚିତ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ ଭୈରବୀ ମହୋତ୍ସବ କମିଟି ଏବଂ ଭୈରବୀ କ୍ଲବ ପକ୍ଷରୁ ନବନିର୍ବାଚିତ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଭୈରବୀ ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲଙ୍କ ସଭାପତିତ୍ଵରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ମାଁ ଭୈରବୀଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପୂଜାର୍ଚ୍ଚନା କରାଯାଇ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନବର୍ବାଚିତ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନଙ୍କୁ ମହୋତ୍ସବ କମିଟି ଏବଂ ଭୈରବୀ କ୍ଲବ ପକ୍ଷରୁ ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଭୈରବୀ ମହୋତ୍ସବକୁ ରାଜ୍ୟସ୍ତରୀୟ କରିବା ସହ ଜିଲ୍ଲାର ବିକାଶ ପାଇଁ ସବୁବେଳେ କାମ କରିବେ ବୋଲି ବିଧାୟକ ନିଜ ଅଭିଭାଷଣରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବାଳକୃଷ୍ଣ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ମଞ୍ଚରେ ଭୈରବୀ ମହୋତ୍ସବ କମିଟିର ବିଭୁଦତ୍ତ ବୋଷ, ପ୍ରାଣବନ୍ଧୁ ସାହୁ, ଅଶୋକ ସେଠୀ, ସରୋଜ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.